ETV Bharat / international

ଗିଲଗିଟ-ବାଲୁଚିସ୍ତାନରେ ପାକିସ୍ତାନର ବିଧାନସଭା ନିର୍ବାଚନ, ନିନ୍ଦା କଲା ଭାରତ

ଗିଲଗିଟ-ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜିତ କରିଛି ପାକିସ୍ତାନ । ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ୍ 8ଟି ସିଟ୍ ଜିତିଛି ଓ ଗୋଟିଏ ସିଟରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

ପାକିସ୍ତାନର ବିଧାନସଭା ନିର୍ବାଚନ
ପାକିସ୍ତାନର ବିଧାନସଭା ନିର୍ବାଚନ
author img

By

Published : Nov 17, 2020, 12:50 PM IST

ଇସଲାମବାଦ: ଗିଲଗିଟ-ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜିତ କରିଛି ପାକିସ୍ତାନ । ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ୍ 8ଟି ସିଟ୍ ଜିତିଛି ଓ ଗୋଟିଏ ସିଟରେ ଆଗୁଆ ରହିଛି । ଗିଲଗିଟ-ବାଲୁଚିସ୍ତାନର ବିଧାନସଭା ନିର୍ବାଚନରେ ​​23 ଟି ସିଟରେ ଭୋଟ୍ ଗ୍ରହଣ ହୋଇଥିଲା । ଅନ୍ୟପକ୍ଷେ ଗିଲଗିଟ-ବାଲୁଚିସ୍ତାନରେ ନିର୍ବାଚନ ଆୟୋଜନ ପାଇଁ ଭାରତ ପାକିସ୍ତାନକୁ ନିନ୍ଦା କରିଛି ।

ସାମରିକ ଅଧିକୃତ ଅଞ୍ଚଳର ସ୍ଥିତିକୁ ବଦଳାଇବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର କୌଣସି ଆଇନଗତ ଭିତ୍ତି ନାହିଁ ବୋଲି ଭାରତ କହିଛି। ଆତଙ୍କବାଦୀଙ୍କ ଧମକ ମଧ୍ୟରେ କଡା ସୁରକ୍ଷା ବଳରେ ରବିବାର 23 ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ତେବେ ତୃତୀୟ ଥର ପାଇଁ ଗିଲଗିଟ ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଏହାପୂର୍ବରୁ ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଇସଲାମାବାଦକୁ 2018 ପ୍ରଶାସନିକ ଆଦେଶରେ ସଂଶୋଧନ ଏବଂ ଏହି ଅଞ୍ଚଳରେ ସାଧାରଣ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। 2018ର ଆଦେଶ ଅନୁଯାୟୀ, ଗିଲଗିଟ୍-ବାଲୁଚିସ୍ତାନରେ ପ୍ରଶାସନିକ ପରିବର୍ତ୍ତନ ପ୍ରଦାନ କରାଯାଇଥିଲା । ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦୃଢ ଆପତ୍ତି ଜଣାଇ ନୂଆଦିଲ୍ଲୀର ଜଣେ ବରିଷ୍ଠ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଭାରତ ପ୍ରତିବାଦ ପତ୍ର ପଠାଇଥିଲା । ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ ଜଣାଇ ଦେଇଛି ଯେ ଗିଲଗିଟ୍ ଓ ବାଲୁଚିସ୍ତାନ ସମେତ ଜାମ୍ମୁ-କାଶ୍ମୀର ଓ ଲଦାଖ, ଭାରତର ଅଭିନ୍ନ ଅଙ୍ଗ ।

ପ୍ରକାଶଥାଉକି, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) 3ଟି ଆସନ, ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) 2ଟି ଆସନ, ଜାମିଆତ ଉଲେମା-ଇ-ଇସଲାମ ଫଜଲ ଏବଂ ମଜଲିସ ୱାହାଦତୁଲ ମୁସଲିମ (MWM) ଗୋଟିଏ ଆସନ ଜିତିଛନ୍ତି। ସରକାରୀ ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ଏବଂ ନିର୍ବାଚନ ଅଧିକାରୀଙ୍କ ଚୂଡାନ୍ତ ଫଳାଫଳ ଘୋଷଣା କରିବାକୁ କିଛି ସମୟ ଲାଗିପାରେ। ଉଭୟ ବିରୋଧୀ ଦଳ ପିପିପି ଏବଂ ପିଏମଏଲ-ଏନ ଶାସକ ଦଳ ପିଟିଆଇକୁ ନିର୍ବାଚନ ଠକେଇ କରିଥିବା ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.