ETV Bharat / international

ପାକିସ୍ତାନରେ 66 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

author img

By

Published : May 31, 2020, 7:02 AM IST

ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ପାକ୍ ସରକାର ବିମାନ ସେବା ଆରମ୍ଭ କରିଛନ୍ତି । ପୂର୍ବରୁ ଏହା ମେ 31 ଯାଏଁ ବ୍ୟାନ ଥିଲା । ଶନିବାରଠାରୁ ପାକିସ୍ତାନରେ ବିମାନ ସେବା ଆରମ୍ଭ ହେବ । ଅଧିକ ପଢନ୍ତୁ...

ପାକିସ୍ତାନରେ 66 ହଜାର ଟପିଲା ଆକ୍ରାନ୍ତ, ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ଇସଲାମାବାଦ: ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା 66 ହଜାର ପାର କରିଛି । ସେହିପରି 1395 ଲୋକଙ୍କର ମୃତ୍ୟୁ ହୋଇଛି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ପାକ୍ ସରକାର ବିମାନ ସେବା ଆରମ୍ଭ କରିଛନ୍ତି । ପୂର୍ବରୁ ଏହା ମେ 31 ଯାଏଁ ବ୍ୟାନ ଥିଲା । ଶନିବାରଠାରୁ ପାକିସ୍ତାନରେ ବିମାନ ସେବା ଆରମ୍ଭ ହେବ । ହେଲେ ଏହା କେବଳ ଅନ୍ତର୍ଜାତୀୟ ସେବା ପାଇଁ ଖୋଲା ରହିଛି । ଏଥିପାଇଁ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ଏହା ଅନୁସାରେ ବାହାରୁ ଖାଲି ବିମାନ ଦେଶ ଭିତରକୁ ପ୍ରବେଶ କରିବ । ଏହାପରେ ଏଠାରୁ ଯାତ୍ରୀ ନେଇ ବିଦେଶ ଗସ୍ତ କରିବ । ବାହାରୁ କୌଣସି ପ୍ରକାର ଯାତ୍ରୀ ଦେଶ ମଧ୍ୟକୁ ପ୍ରବେଶ କରିପାରିବେନି ବୋଲି ସରକାର ନିଷେଧାଦେଶ ଜାରି କରିଛନ୍ତି ।

ବିମାନ ସେବା ପାଇଁ ଘରୋଇ ଓ ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ପାକ୍ ସରକାର ଅନୁମତି ଦେଇଛନ୍ତି । ଗ୍ବାଦ୍ଦର ଓ ଟୂରବାଟ ଏୟାରପୋର୍ଟକୁ ଛାଡି ବାକି ସମସ୍ତ ବିମାନ ବନ୍ଦରରୁ ଉଡାଣକୁ ଅନୁମତି ମିଳିଛି । ସବୁ ବିମାନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଡିୟର ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାର ପାଇଁ ପରାମର୍ଶ ଦେଇଛନ୍ତି । କୂଟନୈତିକ, ସ୍ବତନ୍ତ୍ର, କାର୍ଗୋ ବିମାନ ଆଦିକୁ ଉଡାଣ ଅନୁମତି ଦେବା ପାଇଁ ସରକାର ସ୍ଥିର କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.