ETV Bharat / international

ପାକିସ୍ତାନରେ ବଢୁଛି ସଙ୍କଟ, 60 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ

author img

By

Published : May 27, 2020, 10:04 PM IST

ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 59 ହଜାର 151 ପହଞ୍ଚଛି । ସେହିପରି 28ଟି ମୃତ୍ୟୁ ସହ ମୋଟ ସଂଖ୍ୟା 1225 ଛୁଇଁଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ବଢୁଛି ସଙ୍କଟ, 60 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ
ପାକିସ୍ତାନରେ ବଢୁଛି ସଙ୍କଟ, 60 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନରେ କୋରୋନା ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର ଅଭିମୁଖେ ଆଗେଇଛି । ଗତ 24 ଘଣ୍ଟାରେ 1446ଟି ନୂଆ କେସ ବାହାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 59 ହଜାର 151 ପହଞ୍ଚଛି । ସେହିପରି 28ଟି ମୃତ୍ୟୁ ସହ ମୋଟ ସଂଖ୍ୟା 1225 ଛୁଇଁଛି । ସିନ୍ଧରେ ସର୍ବାଧିକ 23 ହଜାର 507 କେସ ବାହାରିଛି । ପଞ୍ଜାବରେ ଦ୍ବିତୀୟ ସର୍ବାଧିକ 21 ହଜାର 118 ମାମଲା ରହିଛି । ଗତ 24 ଘଣ୍ଟାରେ ମୋଟ୍ 8491 ନମୁନା ପରୀକ୍ଷା ସରିଛି । ଏପର୍ଯ୍ୟନ୍ତ ମୋଟ୍ 4 ଲକ୍ଷ 99 ହଜାର 399 ସାମ୍ପଲ ଟେଷ୍ଟ ସରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଯାଏଁ 19 ହଜାର 412 ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଗତ 2 ଦିନ ଧରି 10 ହଜାରରୁ କମ ଟେଷ୍ଟ ହୋଇଛି । ହେଲେ ପାକ୍ ସରକାର ଦିନକୁ 30 ହଜାରରୁ ଅଧିକ ଟେଷ୍ଟ ଖୁବଶୀଘ୍ର ହେବ ବୋଲି ଦାବି କରୁଛନ୍ତି । ଏବେ ସୁଦ୍ଧା ଦେଶରେ ପବ୍ଲିକ, ପ୍ରାଇଭେଟ୍ ଓ ମିଲିଟାରୀ ହସ୍ପିଟାଲରେ 4200 ଭେଣ୍ଟିଲେଟର ମହଜୁଦ୍ ଥିବା ସରକାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.