ETV Bharat / international

ଇମ୍ରାନଙ୍କ ୟୁ-ଟର୍ଣ୍ଣ, କହିଲେ ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ - ଇମ୍ରାନ୍‌ ଖାନ

ମୋଦିଙ୍କ ପ୍ରେମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ମୋହି ହୁଅନ୍ତୁ ବୋଲି କହିଲେ ଇମ୍ରାନ। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ପୁଣିଥରେ କ୍ଷମତାକୁ ଆସିଲେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିବ ବୋଲି ସେ ଆଶାପୋଷଣ କରିଛନ୍ତି।

ଫାଇଲ ଫଟୋ
author img

By

Published : Apr 10, 2019, 1:54 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେମରେ ପାକିସ୍ତାନ ପିଏମ। ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ପାକ୍ ପିଏମ ଇମ୍ରାନ ଖାନ କାମନା କରିଛନ୍ତି। ବିଦେଶୀ ଗଣମାଧ୍ୟମରେ ଚମକାଇଲା ଭଳି ଏହି ବୟାନ ଦେଇଛନ୍ତି ଇମ୍ରାନ ଖାନ। ତେବେ ସର୍ବଦା ମୋଦି ଏବଂ ବିଜେପିଙ୍କୁ ସମାଲୋଚନା କରୁଥିବା ଇମ୍ରାନ ହଠାତ ୟୁ-ଟର୍ଣ୍ଣ ନେବା ସମସ୍ତଙ୍କ ଚକିତ କରଛି। ହଠାତ ଇମ୍ରାନଙ୍କ ମୋଦି ପ୍ରେମ ନିର୍ବାଚନୀ ତାତିକୁ ବଢାଇଦେଇଛି। ରାଷ୍ଟ୍ରବାଦର ନାରା ନେଇ ମୋଦି ନିର୍ବାଚନ ଜିତିଥିବା ଦିନେ ଅଭିଯୋଗ କରିଥିଲେ ଇମ୍ରାନ । ଆଜି ସେଇ ଇମ୍ରାନ ମୋଦୀଙ୍କୁ ପୁଣିରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ପୁଣିଥରେ କ୍ଷମତାକୁ ଆସିଲେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ। ଶାନ୍ତିର ବାର୍ତ୍ତା ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଏକ ବିଦେଶୀ ଗଣମାଧ୍ୟମର ସାକ୍ଷାତକାରରେ ସେ ବିରୋଧୀ ଦଳ କଂଗ୍ରେସକୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି।

କଂଗ୍ରେସ ସରକାର ଗଢିଲେ ପାକିସ୍ତାନ ସହ ଜମ୍ମୁ-କାଶ୍ମୀର ମାମଲାରେ ମଧ୍ୟ ସେ ଦୁର୍ବଳ ସାବ୍ୟସ୍ତ ହେବ। କଶ୍ମୀର ସମସ୍ୟାକୁ କଂଗ୍ରେସ ଗୁରୁତ୍ବ ଦେଇ ନପାରେ ବୋଲି ସେ କହିଛନ୍ତି । ତେବେ କଂଗ୍ରେସ ବିପକ୍ଷରେ କହିବା ସହ ବିଜେପିର ପ୍ରଂଶସା କରିଛନ୍ତି ଇମ୍ରାନ । ବିଜେପି ଏକ ଦକ୍ଷୀଣପନ୍ଥୀ ଦଳ । ସେ କ୍ଷମତାକୁ ଫେରିଲେ କଶ୍ମୀର ସମସ୍ୟାର ସମାଧାନ ହେବ ବୋଲି ସେ ଆଶାପୋଷଣ କରିଛନ୍ତି ଇମ୍ରାନ ଖାନ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.