ETV Bharat / international

ଗଣିତରେ ଦୁର୍ବଳ ପାକ୍ ରେଳ ମନ୍ତ୍ରୀ: ଜନସଂଖ୍ୟା 22 କୋଟି, କହିଲେ ଟିକେଟ ବିକ୍ରି 24 କୋଟି

author img

By

Published : May 17, 2020, 7:04 PM IST

ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅନୁଯାୟୀ ପାକିସ୍ତାନର 24 କୋଟି ଲୋକ ଇଦ୍ ପାଇଁ ଟ୍ରେନ୍ ପାଇଁ ଇ-ଟିକେଟ୍ କିଣିଛନ୍ତି । ଯେତେବେଳ କି ପାକିସ୍ତାନର ସମୁଦାୟ ଜନସଂଖ୍ୟା 22 କୋଟି । ଏବେ ଏହାକୁ ନେଇ ସୋସିଆଲ ମିିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Pakistan
Pakistan

ଇସଲାମାବାଦ: ସବୁବେଳେ ନିଜ ବିବାଦୀୟ, ଅଜବ ଓ ଭାରତକୁ ପରମାଣୁ ବୋମା ଆକ୍ରମଣରେ ତୁଚ୍ଛା ଧମକ ଦେଉଥିବା ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ ପୁଣି ଚର୍ଚ୍ଚାରେ । ପାକ୍ ରେଳ ମନ୍ତ୍ରୀ କେବଳ ଚର୍ଚ୍ଚାରେ ନୁହଁନ୍ତି ନିଜର ବୟାନରେ କଟାକ୍ଷ ଓ ସମାଲୋଚନରା ଶିକାର ହେବାରେ ପଛରେ ନଥାନ୍ତି । ଏବେ କୋରୋନା କାଳରେ ତାଙ୍କ ବୟାନ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅନୁଯାୟୀ ପାକିସ୍ତାନର 24 କୋଟି ଲୋକ ଇଦ୍ ପାଇଁ ଟ୍ରେନ୍ ପାଇଁ ଇ-ଟିକେଟ୍ କିଣିଛନ୍ତି । ଯେତେବେଳ କି ପାକିସ୍ତାନର ସମୁଦାୟ ଜନସଂଖ୍ୟା 22 କୋଟି ।

ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଭାଷଣର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନୀ ସାମ୍ବାଦିକ ମଧ୍ୟ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅନୁଯାୟୀ ପାକିସ୍ତାନର 24 କୋଟି ଲୋକ ଇଦ୍ ପାଇଁ ଟ୍ରେନ୍ ପାଇଁ ଇ-ଟିକେଟ୍ କିଣିଛନ୍ତି। ଯେତେବେଳେ କି ଯପାକିସ୍ତାନର ସମୁଦାୟ ଜନସଂଖ୍ୟା 22 କୋଟି ।

ଏହି ଭାଇରାଲ ଭିଡିଓ ପରେ ମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ଟ୍ରୋଲ କରିବାରେ ଲାଗିଛନ୍ତି । ଜଣେ ମନ୍ତ୍ରୀଙ୍କ ଏପରି ବେପରୁଆ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ଜନସଂଖ୍ୟା ଠାରୁ 2 କୋଟି ଅଧିକ ଟିକେଟ କିପରି ବିକ୍ରି ହେଲା ସେ ନେଇ ମଜାଦାର କମେଣ୍ଟ ଏବେ ଭାଇରାଲ ହେବାରେ ଲାଗୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.