ଇସଲାମାବାଦ: ଚିକିତ୍ସା ପାଇଁ ଲଣ୍ଡନରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ପଳାତକ ଘୋଷଣା କରିଦେଇଛନ୍ତି ପାକିସ୍ତାନ ସରକାର । ତେବେ ନଓ୍ବାଜଙ୍କୁ ପାକିସ୍ତାନ ପ୍ରତ୍ୟାର୍ପଣ କରିବାକୁ ବ୍ରିଟେନ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ଜଣାପଡିଛି ।
ସରିଫଙ୍କ ଜାମିନ ଅବଧି 4 ସପ୍ତାହ ହେବ ସମାପ୍ତ ହୋଇସାରିଥିବା ପାକିସ୍ତାନ ସରକାରରେ ଥିବା ଆଭ୍ୟନ୍ତରୀଣ ପରାମର୍ଶଦାତା ଶହଜାଦ ଆକବର ସୂଚନା ଦେଇଛନ୍ତି ।
ଭ୍ରଷ୍ଟାଚାର ମାମଲାରେ ମାମଲାରେ କାରାଦଣ୍ଡ ମିଳିଥିବା ପାକିସ୍ତାନର ତିନି ଥରର ପ୍ରଧାନମନ୍ତ୍ରୀ 70 ବର୍ଷିୟ ନଓ୍ବାଜ ସରିଫ ଗତ ମାସରେ ଲାହୋରର ଏକ କୋର୍ଟକୁ ସୂଚନା ଦେଇଥିଲେ ଯେ ସେ ଦେଶକୁ ଫେରିପାରିବେ ନାହିଁ । ମହାମାରୀ କୋରୋନା କାରଣରୁ ଡାକ୍ତରମାନେ ତାଙ୍କୁ ବାହାରକୁ ନଯିବାକୁ କହିଛନ୍ତି।