ETV Bharat / international

ପାକିସ୍ତାନରେ କୋରୋନା ସଙ୍କଟ: ସିନ୍ଧ ଓ ପଞ୍ଜାବରେ 10 ହଜାର ପଜିଟିଭ

ଗତ 24 ଘଣ୍ଟାରେ ସିନ୍ଧରେ 1080ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 771 ଛୁଇଁଛି । ଅଧିକ ପଢନ୍ତୁ...

ପାକିସ୍ତାନରେ କୋରୋନା ସଙ୍କଟ: ସିନ୍ଧ ଓ ପଞ୍ଜାବରେ 10 ହଜାର ପଜିଟିଭ
ପାକିସ୍ତାନରେ କୋରୋନା ସଙ୍କଟ: ସିନ୍ଧ ଓ ପଞ୍ଜାବରେ 10 ହଜାର ପଜିଟିଭ
author img

By

Published : May 10, 2020, 6:45 AM IST

ଇସଲାମାବାଦ: ପାକିସ୍ତାନରେ କୋରୋନା ସାଙ୍ଘାତିକ ରୂପ ନେଉଛି । ଧିରେ ଧିରେ ପରିସ୍ଥିତି ଅଧିକ ଗମ୍ଭୀର ହେଉଛି । ବିଶେଷ କରି ପଞ୍ଜାବ ଓ ସିନ୍ଧରେ ପରିସ୍ଥିତି ଅଧିକ ଖରାପ ହୋଇଛି ।

ଗତ 24 ଘଣ୍ଟାରେ ସିନ୍ଧରେ 1080ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 771 ଛୁଇଁଛି । ସେହିପରି ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 471 ରହିଛି । ଏଠାରେ ସରକାରଙ୍କ ପକ୍ଷରୁ ମେ 31 ଯାଏଁ ଲକଡାଉନ ଲାଗୁ ହୋଇଛି । ଅଳ୍ପ କେତେକ ଜାଗାରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି ।

ପାକିସ୍ତାନରେ ମୋଟ କୋରୋନା ପଜିଟିଭ 28 ହଜାର 795 ରହିଛି । ପରିସ୍ଥିତି ଦେଖି ପାକ୍ ଡାକ୍ତରମାନେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କଟକଣାକୁ କଡାକଡି ପାଳିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସହରରେ କୋଭିଡ 19 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡର ଅଭାବ ଥିବା ସେମାନେ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.