ଇସଲାମବାଦ୍: ଆତଙ୍କୀଙ୍କ ଗୁଳିରେ ପାକିସ୍ତାନ ସେନା ଅଧିକାରୀ ମୃତ। ଉତ୍ତର ପଶ୍ଚିମ ଆଦିବାସୀ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଏହି ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ପାକିସ୍ତାନ ସେନା ସୋମବାର ରାତିରେ କହିଛି।
ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ୍ ଲୋକସମ୍ପର୍କ ଅନୁଯାୟୀ ରବିବାର ରାତିରେ ଜିଲ୍ଲାର ଶାକାଇ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଯାଞ୍ଚ କରିବା ପାଇଁ ସେନା ପାଟ୍ରୋଲିଂ କରୁଥିବାବେଳେ ଏହି ଆକ୍ରମଣ ହୋଇଥିଲା। କ୍ଲିୟରାନ୍ସ ଅପରେସନ୍ ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ବୋଲି ବିବୃତ୍ତିରେ କୁହାଯାଇଛି।
ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ଏପର୍ଯ୍ୟନ୍ତ ଦାୟୀ କରିନାହାଁନ୍ତି। ନିକଟ ଅତୀତରେ ଦକ୍ଷିଣ ୱାଜିରିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ପାକିସ୍ତାନୀ ସୌନ୍ୟବାହିନୀ ଅନେକ ଅପରେସନ୍ କରିଥିଲେ।