ETV Bharat / international

ପାକିସ୍ତାନରେ ଗ୍ରେନେଡ ମାଡ; 13 ମୃତ, ଅନେକ ଆହତ - ପାକିସ୍ତାନରେ ଗ୍ରେନେଡ ମାଡ

କରାଚିର ବାଲଦିଆ ଟାଉନର ମାୱାଚ୍ ଗୋଥ୍ ଅଞ୍ଚଳରେ ଗ୍ରେନେଡ ମାଡ ହୋଇଛି । ଫଳରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରେ ଗ୍ରେନେଡ ମାଡ
ପାକିସ୍ତାନରେ ଗ୍ରେନେଡ ମାଡ
author img

By

Published : Aug 15, 2021, 1:01 PM IST

କରାଚି: ପାକିସ୍ତାନରେ ଅଘଟଣ । କରାଚିର ବାଲଦିଆ ଟାଉନ ମାୱାଚ୍ ଗୋଥ୍ ଅଞ୍ଚଳରେ ଗ୍ରେନେଡ ମାଡ ହୋଇଛି । ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଏହି ବିସ୍ଫୋରଣ ପଛରେ ପ୍ରକୃତରେ କାହାର ହାତ ରହିଛି ତାହା ଜଣାପଡିନାହିଁ । ଏହା ପାରିବାରିକ ବିବାଦ ହୋଇପାରେ କିମ୍ବା ଆତଙ୍କୀ ଆକ୍ରମଣ ହୋଇଥିବା ଅନୁମାନ କରିଛି ପୋଲିସ । ଯେହେତୁ ଆମ ପାଖରେ ପ୍ରମାଣ ନାହିଁ ଏନେଇ ଆମେ ଚୂଡାନ୍ତ ରାୟ ଶୁଣାଇ ପାରିବୁ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଇନ୍ସପେକ୍ଟର ଜେନେରାଲ ଇମ୍ରାନ ୟାକୁବ ।

ଆତଙ୍କବାଦ ନିରୋଧୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତାବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ ଆକ୍ରମଣ ବୋଲି ଜଣାପଡିଛି । ସେ କହିଛନ୍ତି ଯେ ଗାଡି ଧକ୍କା ଦେବା ପୂର୍ବରୁ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସିଥିଲେ ।

ଅତିରିକ୍ତ ପୋଲିସ ସର୍ଜନ କ୍ବାରାର ଆବାସି କହିଛନ୍ତି ଯେ 10 ଜଣଙ୍କୁ ରୁଥ ପଫାଉ ସିଭିଲ ହସ୍ପିଟାଲକୁ ଅଣାଯାଇଛି । ଆହତଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ଚାରି ଜଣ ଶିଶୁ ରହିଛନ୍ତି । ଅବାସି କହିଛନ୍ତି ଯେ ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ 10 ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ସିନ୍ଧର ମୁଖ୍ୟମନ୍ତ୍ରୀ ମୌରଦ ଅଲି ଶାହା ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୌରଦ ଅଲି ଶାହା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.