ETV Bharat / international

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା - ପାକ୍ ସିନ୍ଧରେ ହିନ୍ଦୁ ବାଳିକାଙ୍କୁ ହତ୍ୟା

ପାକିସ୍ତାନ ସିନ୍ଧ ପ୍ରଦେଶର ଜଣେ ୧୮ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ଅପହରଣ ଉଦ୍ୟମ ପରେ ଗୁଳିକରି ହତ୍ୟା କରାଯାଇଛି । ଏନେଇ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପାକ୍ ସିନ୍ଧରେ ହିନ୍ଦୁ ବାଳିକାଙ୍କୁ ହତ୍ୟା
ପାକ୍ ସିନ୍ଧରେ ହିନ୍ଦୁ ବାଳିକାଙ୍କୁ ହତ୍ୟା
author img

By

Published : Mar 22, 2022, 1:48 PM IST

ଇସଲାମାବାଦ: ପାକିସ୍ତାନ ସିନ୍ଧ ପ୍ରଦେଶର ଜଣେ ୧୮ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ଅପହରଣ ଉଦ୍ୟମ ପରେ ହତ୍ୟା କରାଯାଇଛି । ଏନେଇ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଯୁବତୀଙ୍କ ନାମ ପୂଜା ଓଡ ବୋଲି ଜଣାପଡିଛି । ରୋହିରେ ବିଚରାସ୍ତାରେ ପୂଜାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ଏହି ଘଟଣା ପ୍ରଥମ ନୁହେଁ । ଆଗରୁ ମଧ୍ୟ ଅନେକ ଘଟଣା ଘଟିଛି । ମାନବାଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ ପ୍ରତିବର୍ଷ ଶହ ଶହ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଯୁବତୀଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ନିୟମିତ ଭାବରେ ଅପହରଣ କରାଯାଇ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି । ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟମାନେ ବହୁ ପୂର୍ବରୁ ବାଧ୍ୟତାମୂଳକ ବିବାହ ଏବଂ ଧର୍ମ ପରିବର୍ତ୍ତନ ପ୍ରସଙ୍ଗର ସମ୍ମୁଖୀନ ହୋଇଛନ୍ତି ।

ଏହାପୂର୍ବରୁ ସିନ୍ଧର ପ୍ରାଦେଶିକ ସରକାର ବାଧ୍ୟତାମୂଳକ ବିବାହକୁ ନିଷିଦ୍ଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ଧାର୍ମିକ ବିରୋଧକାରୀମାନେ ଏହି ବିଲକୁ ବିରୋଧ କରି କହିଥିଲେ ଅନେକ ଝିଆମାନେ ମୁସଲମାନ ପୁରୁଷଙ୍କ ପ୍ରେମରେ ପଡ଼ିବା ପରେ ଧର୍ମ ପରିବର୍ତ୍ତନ କରିଥାନ୍ତି ।

ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ବଢୁଥିବା ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରମ୍ବାର ପାକିସ୍ତାନ ସରକାରଙ୍କୁ ଏକାଧିକ ଅଧିକାର ସଂଗଠନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ବ୍ୟୁରୋ ଷ୍ଟାଟିଷ୍ଟିକ୍ସି ଅନୁସାରେ ଜନସଂଖ୍ୟାର ୧.୬୦ ପ୍ରତିଶତ ମୋଟ ହିନ୍ଦୁ ସମ୍ପ୍ରଦାୟ ରହିଛନ୍ତି । ସିନ୍ଧରେ 6.51 ପ୍ରତିଶତ ହିନ୍ଦୁ ରହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.