ଇସଲାମବାଦ: ଟିକା ନେଇ ନ ଥିଲେ କରିପାରିବେନି ବିମାନ ଯାତ୍ରା । ଶୁକ୍ରବାର ଏଭଳି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଯେଉଁମାନେ ଟୀକାକରଣରେ ସାମିଲ ହୋଇନାହାନ୍ତି ସେମାନଙ୍କ ପାଇଁ ବିମାନ ଯାତ୍ରା ଉପରେ ରୋକ ଲଗାଇଛି ପାକିସ୍ତାନ । ଏହି ନିୟମ ଆସନ୍ତା ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହେବ । ନ୍ୟାସନାଲ କମାଣ୍ଡ ଏବଂ ଅପରେସନ ସେଣ୍ଟର (NCOC) ପକ୍ଷରୁ ଏନେଇ ସୂଚନା ମିଳିଛି ।
ବିମାନ ଯାତ୍ରା ଉପରେ ନିଷେଦ୍ଧାଦେଶ ଲାଗୁ କରିବା ବ୍ୟତୀତ NCOC ସମସ୍ତ ପ୍ରାପ୍ତ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ 31 ସୁଦ୍ଧା ଟୀକାକରଣକୁ ବାଧ୍ୟତାମୂଳକ କରିଛି ।
ବିଶ୍ବବାସୀଙ୍କୁ ନୂଆ ନୂଆ ରୂପରେ ଡରାଉଛି କୋରୋନା ଭାଇରସ । କୋରୋନାର ପାଦୁର୍ଭାବ ମଧ୍ୟରେ ପାକିସ୍ତାନକୁ ଏବେ ଘାରିଛି ଡେଲ୍ଟା ଭ୍ୟାରିଆଣ୍ଟର ଚିନ୍ତା । ଯାହାକୁ ଦୃଷ୍ଟିରେ ରଖି ଟୀକାକରଣକୁ ଅଗ୍ରାଧିକାର ପୂର୍ବକ ବିମାନ ଯାତ୍ରା ଉପରେ ଏହି ନିଷେଦ୍ଧାଦେଶ ଲଗାଇଛନ୍ତି ପାକିସ୍ତାନ ସରକାର ।
@IANS