ନୂଆଦିଲ୍ଲୀ: ଶେଷରେ ପ୍ରତିଶୋଧ ନେଇଛି ଭାରତ । ପୁଲୱାମା ଆଟାକରେ ଭାରତର 40 ଜଣ ଯବାନ ଶହୀଦ ହୋଇଥିବାବେଳେ ମଙ୍ଗଳବାର ଭାରତୀୟ ବାୟୁସେନା ଆକ୍ରମଣରେ ପ୍ରାୟ 250ରୁ 300 ଆତଙ୍କୀ ମୂଳପୋଛ ହୋଇଥିବା ରିପୋର୍ଟ ମିଳିଛି। ତେବେ ଏହି ଆକ୍ରମଣ ପରେ ପାକିସ୍ତାନ ସରକାର ଓ ସେନା ଦୁଇ ଭାଗ ହୋଇଛନ୍ତି । ଭାରତର ଆକ୍ରମଣକୁ ନେଇ ଉଭୟ ଭିନ୍ନ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତ ଯଦି ପ୍ରଥମେ ଆକ୍ରମଣ କରେ ତେବେ ପାକିସ୍ତାନ ଏହାର ପାଲଟା ଜବାବ ଦେବ ବୋଲି ଗତ ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ପାକିସ୍ତାନ ସେନାର ମେଜର ଅସିଫ ଗଫୁର । କିନ୍ତୁ ଭାରତର ଏହି ବାୟୁସେନା ଆକ୍ରମଣ ପରେ ଏବେ ନିଜକୁ ବଞ୍ଚାଇବାର ପ୍ରୟାସ କରିଛନ୍ତି ମେଜର। ଆକ୍ରମଣାତ୍ମକ ହେବା ପରିବର୍ତ୍ତେ ସେ ଆତ୍ମରକ୍ଷକ ସାଜିଛନ୍ତି। ଭାରତୀୟ ବାୟୁସେନାର ଆକ୍ରମଣକୁ ସେ ମନା କରିବା ସହ କହିଛନ୍ତି ଯେ ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା । ଯାହାକୁ ପାକିସ୍ତାନ ଘଉଡାଇ ଦେଇଥିଲା ।
Indian Air Force violated Line of Control. Pakistan Air Force immediately scrambled. Indian aircrafts gone back. Details to follow.
— Maj Gen Asif Ghafoor (@OfficialDGISPR) 25 February 2019 " class="align-text-top noRightClick twitterSection" data="
">Indian Air Force violated Line of Control. Pakistan Air Force immediately scrambled. Indian aircrafts gone back. Details to follow.
— Maj Gen Asif Ghafoor (@OfficialDGISPR) 25 February 2019Indian Air Force violated Line of Control. Pakistan Air Force immediately scrambled. Indian aircrafts gone back. Details to follow.
— Maj Gen Asif Ghafoor (@OfficialDGISPR) 25 February 2019
ତେବେ ଆକ୍ରମଣକୁ ସେ ମିଛ ବୋଲି କହିବା ସହ କହିଛନ୍ତି ଯେ ଏହା କେବଳ ଏକ ଗୁଜବ । ଭାରତୀୟ ବିମାନରୁ ଏକ ଭାରୀ ଜିନିଷ ଖସି ପଡିଥିଲା ଯାହା କେବଳ ପାକ୍ର ଅଳ୍ପ କିଛି ଅଂଶରେ କ୍ଷୟକ୍ଷତି କରିଥିଲା । ଏହାବାଦ ସେପରି କିଛି ବଡ ଧରଣର ଅସୁବିଧା ହୋଇନାହିଁ । ଏପରିକି ସେ 250ରୁ 300 ଆତଙ୍କୀଙ୍କ ମୃତ୍ୟୁକୁ ମଧ୍ୟ ଅସ୍ୱୀକାର କରିଛନ୍ତି । ସେପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି।
Payload of hastily escaping Indian aircrafts fell in open. pic.twitter.com/8drYtNGMsm
— Maj Gen Asif Ghafoor (@OfficialDGISPR) 26 February 2019 " class="align-text-top noRightClick twitterSection" data="
">Payload of hastily escaping Indian aircrafts fell in open. pic.twitter.com/8drYtNGMsm
— Maj Gen Asif Ghafoor (@OfficialDGISPR) 26 February 2019Payload of hastily escaping Indian aircrafts fell in open. pic.twitter.com/8drYtNGMsm
— Maj Gen Asif Ghafoor (@OfficialDGISPR) 26 February 2019
ଏହାସହ ପାକିସ୍ତାନ ସରକାରୀ ମୁଖପାତ୍ର ଏହା ସ୍ୱୀକାର କରିଛନ୍ତି ଯେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ବାଲାକୋଟ ପର୍ଯ୍ୟନ୍ତ ପଶି ଆସିଥିଲା । ଏପରିକି ଆକ୍ରମଣ ହୋଇଥିବା କଥା ସେ ମାନିଛନ୍ତି । ତେବେ ପାକ୍ ସେନା ଓ ସରକାରଙ୍କ ମଧ୍ୟରେ ଏହି ଆକ୍ରମଣକୁ ନେଇ ତାଳମେଳ ରହୁନାହିଁ । ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି କିଏ ସତ କହୁଛି । ତେବେ ଏହି ଘଟଣା ଉପରେ ଏପର୍ଯ୍ୟନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ ମତାମତ ମିଳିପାରିନାହିଁ।