ETV Bharat / international

ଆର୍ଥିକ ପରିସ୍ଥିତି ଖରାପ: ଦରମା ବୃଦ୍ଧି ଦାବିରେ ପାକ୍ ସେନା - ପାକିସ୍ତାନ ସେନା

ପାକିସ୍ତାନରେ ଆର୍ଥିକ ସ୍ଥିତି ବିଗିଡିଯାଇଥିବାବେଳେ କୋରୋନା ମାଡରେ ଏହା ପୁରା ଛାରଖାର ହୋଇଛି । ବିଦେଶରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟରରେ ଜାଗା ନାହିଁ । ଅଧିକ ପଢନ୍ତୁ....

ଆର୍ଥିକ ପରିସ୍ଥିତି ଖରାପ: ଦରମା ବୃଦ୍ଧି ଦାବିରେ ପାକ୍ ସେନା

author img

By

Published : May 14, 2020, 12:11 PM IST

ଇସଲାମାବାଦ: ପାକିସ୍ତାନରେ କୋରୋନା ଯୋଗୁଁ ସ୍ଥିତି ବେକାବୁ ହୋଇଛି । ପୂର୍ବରୁ ଦେଶର ଆର୍ଥିକ ସ୍ଥିତି ବିଗିଡିଯାଇଥିବାବେଳେ କୋରୋନା ମାଡରେ ଏହା ପୁରା ଛାରଖାର ହୋଇଛି । ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି, ବିଦେଶରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟରରେ ଜାଗା ନାହିଁ ।

ଦେଶର ଏପରି ସଙ୍କଟରେ କିନ୍ତୁ ସେନା ପକ୍ଷରୁ ଅଜବ ଦାବି କରାଯାଇଛି । ପରିସ୍ଥିତି ଖରାପ ଥିବା ସତ୍ତ୍ବେ ଆଗାମୀ ଆର୍ଥିକ ବର୍ଷ ପାଇଁ ଦରମା ବୃଦ୍ଧି କରିବାକୁ ଦାବି କରିଛି ପାକ୍ ସେନା । ଦେଶର ସଶସ୍ତ୍ର ବାହିନୀ ପକ୍ଷରୁ ସୁରକ୍ଷାକର୍ମୀଙ୍କ ପାଇଁ 20 ପ୍ରତିଶତ ଦରମା ବୃଦ୍ଧି ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଦର ବୃଦ୍ଧି ଯୋଗୁଁ ସୁରକ୍ଷାକର୍ମୀଙ୍କ ପ୍ରଭାବିତ ହୋଇଥିବା ଦର୍ଶାଯାଇଛି । ତେଣୁ ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଏହି ଦରମା ବୃଦ୍ଧି ଦାବି କରାଯାଇଛି ।

ଏହି ଦାବିପତ୍ର ଯଦି ସରକାର ମାନିନିଅନ୍ତି ତେବେ ମୋଟ 6367 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଗତବର୍ଷ ବ୍ରିଗେଡିୟର ରାଙ୍କର ଅଫିସରଙ୍କ ଦରମା 5 ପ୍ରତିଶତ ବଢିଥିଲା । ବେସିକ ପେ ସ୍କେଲ ଅନୁସାରେ 10 ପ୍ରତିଶତ ଆଡ୍ ହକ୍ ରିଲିଫ ଜୁନିୟର ଅଫିସର ଓ ସେନାଙ୍କୁ ଦିଆଯାଇଥିଲା । ତେବେ ଏହି ରିଲିଫ ଦେବା ପରେ ସେମାନେ ଆୟକର ଦେବା ଆରମ୍ଭ କରିଥିଲେ । ଫଳରେ ସେମାନଙ୍କ ଦରମାରୁ ଅଧିକ ଖର୍ଚ୍ଚ ହୋଇଥିଲା । ସେହିପରି ସାଧାରଣ ଅଫିସରଙ୍କୁ କିଛି ଦରମା ବୃଦ୍ଧି ପ୍ରଦାନ କରାଯାଇନଥିଲା । ଫଳରେ ଏବେ ସେମାନେ ଏହି ଦାବିପତ୍ରରେ 20 ପ୍ରତିଶତ ବୃଦ୍ଧି ପାଇଁ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.