ETV Bharat / international

ପାକିସ୍ତାନରେ ୧୦୦ ବର୍ଷ ପୁରୁଣା ମନ୍ଦିର ଉପରେ ଆକ୍ରମଣ, ହୋଲି ପାଳିଲେନି ହିନ୍ଦୁ ପରିବାର

author img

By

Published : Mar 30, 2021, 12:15 PM IST

ପାକିସ୍ତାନର ରାଓ୍ବଲପିଣ୍ଡି ସହରରେ ଥିବା ୧୦୦ ବର୍ଷରୁ ଅଧିକ ପୂରୁଣା ହିନ୍ଦୁ ମନ୍ଦିରରେ ଆକ୍ରମଣ । ଇସ୍ଲାମାବାଦ ପୂରୁଣା କିଲ୍ଲା ଅଞ୍ଚଳରେ ଥିବା ହିନ୍ଦୁ ମନ୍ଦିର ଉପରେ ଶନିବାର ୧୦-୧୫ ଜଣ ଲୋକ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରେ ୧୦୦ ବର୍ଷ ପୂରୁଣା ମନ୍ଦିର ଉପରେ ଆକ୍ରମଣ, ହୋଲି ମନାଇପାରିଲେନି ହିନ୍ଦୁ ପରିବାର

ଇସ୍‌ଲାମାବାଦ: ପାକିସ୍ତାନର ରାଓ୍ବଲପିଣ୍ଡି ସହରରେ ଥିବା ୧୦୦ ବର୍ଷରୁ ଅଧିକ ପୂରୁଣା ହିନ୍ଦୁ ମନ୍ଦିରରେ ଆକ୍ରମଣ । ଇସଲାମାବାଦ ପୂରୁଣା କିଲ୍ଲା ଅଞ୍ଚଳରେ ଥିବା ହିନ୍ଦୁ ମନ୍ଦିର ଉପରେ ଶନିବାର ୧୦-୧୫ ଜଣ ଲୋକ ଆକ୍ରମଣ କରିଛନ୍ତି । ଫଳରେ ମନ୍ଦିର ଉପର ତାଲାର ମୁଖ୍ୟ ଦ୍ବାର ସମେତ ଅନ୍ୟ ଦ୍ବାର ଭାଙ୍ଗିଯାଇଥିବା ପୋଲିସ କହିଛି ।

ପୋଲିସର ଅଭିଯୋଗ ଅନୁଯାୟୀ, ଶନିବାର ପୁରାଣ କିଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ​ତେବେ ପାଖାପାଖି 7.30 ସମୟରେ ପ୍ରାୟ 15 ଜଣ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ପ୍ରକାଶିତ ଖବର ମୁତାବିକ ଇଭାକ୍ୟୁଟ୍‌ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ଉତ୍ତର ଜୋନ୍‌ର ସିକ୍ୟୁରିଟି ଅଧିକାରୀ ସୟଦ ରାଜା ରାଓ୍ବଲପିଣ୍ଡିର ବନ୍ନୀ ଥାନାରେ ଏନେଇ ଏତଲା ଦେଇଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି, ଗତ ମାସେ ହେଲା ମନ୍ଦିରର ନୁତନୀକରଣ କାର୍ଯ୍ୟ ଚାଲୁରହିଛି । ମନ୍ଦିର ପରିସରରେ ଜବରଦଖଲ ହୋଇଥିଲା, ଯାହାକୁ ହଟାଇଦିଆଯାଇଥିଲା । ମନ୍ଦିରରେ ଧାର୍ମିକ ଗତିବିଧି ଆରମ୍ଭ ହୋଇନଥିବା ବେଳେ ସେଠାରେ ମୂର୍ତ୍ତି ନାହିଁ । ଏହାସହ ପୂଜା ପାଠ ମଧ୍ୟ ଆରମ୍ଭ ହୋଇନାହିଁ । ତେବେ ମନ୍ଦିରର ପବିତ୍ରତାକୁ କ୍ଷତି ପହଞ୍ଚାଇଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୟଦ ରାଜା ଦାବି କରିଛନ୍ତି ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିବା ନେଇ ମନ୍ଦିର ପ୍ରଶାସକ ଓମ ପ୍ରକାଶ କହିଛନ୍ତି । ମନ୍ଦିର ବାହାରେ ଏବଂ ତାଙ୍କ ବାସଭବନ ସାମ୍ନାରେ ପୋଲିସ ଜଗିଥିବା ଓମ ପ୍ରକାଶ କହିଛନ୍ତି । ଏପରି ପରିସ୍ଥିତିରେ ମନ୍ଦିରରେ ହୋଲି ମନାଇବା ଉପରେ ରୋକ ଲଗାଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.