ସିଓଲ: ପ୍ରତିବର୍ଷ ଉତ୍ତର କୋରିଆରେ ପାଳନ ହୁଏ ସଂସ୍ଥାପକ କିମ ଟୁ ସଙ୍ଗଙ୍କ ଜନ୍ମବାର୍ଷିକି । ଏପ୍ରିଲ 15ରେ ପାଳନ ହେଉଥିବା ଏହି ଉତ୍ସବରେ ଉତ୍ତର କୋରିଆବାସୀ ଦେଶ ଗଠନ ଓ ସୁଦୃଢୀକରଣରେ ସଙ୍ଗ ଓ ତାଙ୍କୁ ପୁଅ କିମ ଜଙ୍ଗ ଟୁଙ୍କ ଅବଦାନକୁ ମନେ ପକାଇଥାଆନ୍ତି । ଏମିତିରେ ଏହ ଉତ୍ସବରେ ବର୍ତ୍ତମାନର ମୁଖ୍ୟ କିମ ଜଙ୍ଗ ଉନଙ୍କ ଉପସ୍ଥିତି ପିଢିର ପରମ୍ପରାକୁ ଆଗକୁ ବହନ କରିବା ନେଇ ଏକ ସଙ୍କେତ ବୋଲି କୁହାଯାଏ ।
କିନ୍ତୁ ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଦେଇ କିମ ଜଙ୍ଗ ଉନ ଏହି ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଦିନଟି ଉତ୍ତର କୋରିଆ ଇତିହାସରେ ଅତି ଗୁରୁତ୍ବ ବହନ କରୁଥିବା ବେଳେ କିମ ଜଙ୍ଗ ଉନଙ୍କ ଅନୁପସ୍ଥିତି ଦୀର୍ଘ ବର୍ଷର ପରମ୍ପରାକୁ ପ୍ରତିହତ କରିଛି । ତେବେ ଏହା ପଛରେ କିମ ଜଙ୍ଗ ଉନଙ୍କ ଏକଛତ୍ରବାଦିତା ନୀତି ଦାୟୀ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ସେପଟେ ଅନେକ ଏହା ମଧ୍ୟ କହିଛନ୍ତି କି କିମ ଜଙ୍ଗ ଉନଙ୍କ କାର୍ଯ୍ୟ ପ୍ରଣାଳୀ ଆରମ୍ଭରୁ ହିଁ ଭିନ୍ନ ରହିଆସିଛି । ସେ ପାରିବାରିକ ପ୍ରଥାରୁ ବାହାରି ଭିନ୍ନତା ସୃଷ୍ଟି କରିଛନ୍ତି । ସେ ଦେଖିବା ପାଇଁ ନିଜ ଜେଜେବାପା ତଥା କିମ ଟୁ ସଙ୍ଗଙ୍କ ପରି ଦେଖାଯାଆନ୍ତି ସତ ହେଲେ ଆଜି ପର୍ଯ୍ୟନ୍ତ ସେ ନିଜ ବାପା କିମ ଜଙ୍ଗ ଟୁ କିମ୍ବା ଜେଜେବାପା କିମ ଟୁ ସଙ୍ଗଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ମୁଣ୍ଡ ନୁଆଇଁଥିବା ଦେଖାଯାଇନାହିଁ ।