ETV Bharat / international

କିମ୍‌ଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଦେଶବାସୀଙ୍କ ଭାଙ୍ଗିଲା ହୃଦୟ - ଉତ୍ତରକୋରିଆର ରାଷ୍ଟ୍ରମୁଖ୍ୟ

ଉତ୍ତରକୋରିଆର ରାଷ୍ଟ୍ରମୁଖ୍ୟ କିମ ଜୋନ ଉନ ଦିନକୁ ଦିନ ହୋଇପଡୁଛନ୍ତି ଦୁର୍ବଳ । ଏଥିପାଇଁ ଉତ୍ତରକୋରିଆର ଦେଶବାସୀ ହୋଇପଡିଛନ୍ତି ଦୁଃଖିତ । ଅଧିକ ପଢନ୍ତୁ...

କିମ୍‌ଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଦେଶବାସୀଙ୍କ ଭାଙ୍ଗିଲା ହୃଦୟ

author img

By

Published : Jun 28, 2021, 8:49 PM IST

ପ୍ୟୋଙ୍ଗୟାଙ୍ଗ: ଦେଶକୁ ଆଙ୍ଗୁଳିରେ ନଚାଉଥିବା ଏକଛତ୍ରବାଦ ଶାସକ ତଥା ଉତ୍ତରକୋରିଆର ରାଷ୍ଟ୍ରମୁଖ୍ୟ କିମ ଜୋନ ଉନ ଦିନକୁ ଦିନ ହୋଇପଡୁଛନ୍ତି ଦୁର୍ବଳ । ଏଥିପାଇଁ ଉତ୍ତର କୋରିଆର ଦେଶବାସୀ ହୋଇପଡିଛନ୍ତି ଦୁଃଖିତ । ଏନେଇ ଉତ୍ତର କୋରିଆର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସାକ୍ଷାତକାରରେ କରାଯାଇଛି ଏଭଳି ଦାବି ।

ଏହି ସାକ୍ଷାତକାରରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ଗୌରବରେ ଆଉ ଏକ ଗୀତ ରିଲିଜ ହେବା ପରେ ଲୋକଙ୍କପାଖରୁ ପ୍ରତିକ୍ରିୟା ନିଆଯାଇଥିଲା । ଦେଶବାସୀଙ୍କ କହିଛନ୍ତି ଯେ ଉତ୍ତର କୋରିଆର ସମସ୍ତେ ନିଜ ନେତାଙ୍କ ଓଜନ ହ୍ରାସ ନେଇ ଅତ୍ୟନ୍ତ ଦୁଃଖିତ। ତାଙ୍କ ଦୁର୍ବଳ ଶରୀର ଦେଖି ସମସ୍ତଙ୍କ ହୃଦୟ ଭାଙ୍ଗିଯାଉଛି ।

କିମଙ୍କ ସ୍ବାସ୍ଥ୍ୟକୁ ନେଇ ସମସ୍ତେ ଏ ବିଷୟରେ ଆଲୋଚନା କରୁଛନ୍ତି । ଏପରିକି ସମର୍ଥକମାନେ ବର୍ତ୍ତମାନ କାନ୍ଦିବା ଆରମ୍ଭ କରିଦେଇଛନ୍ତି । ଏହାସହିତ ଜୁନ ପ୍ରାରମ୍ଭରୁ କିମ ଜୋଙ୍ଗଙ୍କ ସ୍ବାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

କିମ ଜୋଙ୍ଗ ଉନ ଅନେକ ମାସ ଧରି ନିଖୋଜ ରହିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଉପସ୍ଥିତ ହୋଇଥିଲେ । ସେ ବହୁତ ପତଳା ନଜର ଆସୁଥିବା କୁହାଯାଉଛି ।

ଗତ ବର୍ଷ ମଧ୍ୟ କିମ ଜୋଙ୍ଗ ନିଖୋଜ ହେବା ପରେ ଏକଛତ୍ରବାଦ ଶାସକଙ୍କ ମୃତ୍ୟୁ ହୋଇଛି କି ନାହିଁ ସେ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ତେବେ ବର୍ତ୍ତମାନ କିମ ଜୋଙ୍ଗ ଉନଙ୍କ ହାତରେ ବନ୍ଧା ହୋଇଥିବା ଏକ ଘଣ୍ଟା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିମ ଜୋଙ୍ଗର ଏହି ଘଣ୍ଟା ପିନ୍ଧିଥିବା ଫଟୋର ବିଶ୍ଳେଷଣ କରିବା ପରେ ଦାବି କରାଯାଇଛି ଯେ ସେ ପୂର୍ବ ଅପେକ୍ଷା ବହୁତ ପତଳା ହୋଇଯାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.