ETV Bharat / international

ନେପାଳ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ବରଖାସ୍ତ ହେଲେ ସବୁ ରାଜ୍ୟର ରାଜ୍ୟପାଳ

author img

By

Published : Nov 3, 2019, 10:46 PM IST

ରବିବାର ନେପାଳ ସରକାର ରାଜ୍ୟର ସମସ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

କାଠମାଣ୍ଡୁ: ଦେଶରେ କେପି ଶର୍ମା ଓଲି ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ରବିବାର ନେପାଳ ସରକାର ରାଜ୍ୟର ସମସ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରିଛନ୍ତି । ରବିବାର ସଂଧ୍ୟାରେ କ୍ୟାବିନେଟର ଜରୁରୀକାଳୀନ ବୈଠକରେ ସମସ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରବିବାର ନେପାଳ ସରକାର ଦେଶର ସମସ୍ତ 7ଟି ରାଜ୍ୟର ରାଜ୍ୟପାଳଙ୍କୁ ବରଖାସ୍ତ କରିଛନ୍ତି । ନେପାଳ କ୍ୟାବିନେଟର ସୁପାରିଶ କ୍ରମେ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ନିଷ୍ପତ୍ତି ନେଇଥିଲା । ସମସ୍ତ ରାଜ୍ୟପାଳଙ୍କ ନିଯୁକ୍ତ ପୂର୍ବ ସରକାର କରିଥିଲେ । ନୂଆ ସରକାର ଗଠନ ପରେ ସମସ୍ତ ରାଜ୍ୟପାଳଙ୍କୁ ହଟାଇବା ନେଇ ଚର୍ଚ୍ଚା ଚାଲିଥିଲା । ମାତ୍ର ସରକାର ଗଠନର ଦୁଇ ବର୍ଷ ପରେ ଶନିବାର ଅଚାନକ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ନେପାଳରେ ଏବେ କମ୍ୟୁନିଷ୍ଟ ସରକାର ରହିଛି । ଦେଶରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଶାସନ ଚାଲିଛି । କେପି ଓଲି ସରକାରଙ୍କ ପାଖରେ ସଂସଦରେ ଦୁଇ-ତୃତୀୟାଂଶର ବହୁମତ ରହିଛି । ବରଖାସ୍ତ ହୋଇଥିବା ସମସ୍ତ ରାଜ୍ୟପାଳଙ୍କ ନିଯୁକ୍ତି କଂଗ୍ରେସ ସରକାର ସମୟରେ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.