ETV Bharat / international

ନେପାଳରେ ରାଜନୈତିକ ସଙ୍କଟ, ଆସ୍ଥା ଭୋଟରେ ହାରିଲେ ପ୍ରଧାନମନ୍ତ୍ରୀ ଓଲି

ସୋମବାର ନେପାଳ ସଂସଦର ତଳ ଗୃହରେ ବହୁମତ ସାବ୍ୟସ୍ତ କରିଥାନ୍ତେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ହେଲେ ଏଥିରେ ବିଫଳ ରହିଛନ୍ତି କେପି ଶର୍ମା । ଅଧିକ ପଢନ୍ତୁ...

ନେପାଳରେ ରାଜନୈତିକ ସଙ୍କଟ, ଆସ୍ଥା ଭୋଟରେ ହାରିଲେ ପ୍ରଧାନମନ୍ତ୍ରୀ ଓଲି
ନେପାଳରେ ରାଜନୈତିକ ସଙ୍କଟ, ଆସ୍ଥା ଭୋଟରେ ହାରିଲେ ପ୍ରଧାନମନ୍ତ୍ରୀ ଓଲି
author img

By

Published : May 10, 2021, 8:50 PM IST

କାଠମାଣ୍ଡୁ: ନେପାଳ ସରକାର ଉପରେ ପୁଣି ଦେଖାଦେଇଛି ସଙ୍କଟର କଳା ବାଦଲ । ସୋମବାର ନେପାଳ ସଂସଦର ତଳ ଗୃହରେ ବହୁମତ ସାବ୍ୟସ୍ତ କରିଥାନ୍ତେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ହେଲେ ଏଥିରେ ବିଫଳ ରହିଛନ୍ତି କେପି ଶର୍ମା ।

ସୂଚନା ଅନୁଯାୟୀ, ମୋଟ 232ରୁ କେପି ଶର୍ମା ଓଲିଙ୍କ ବିରୋଧରେ ପଡିଛି 124 ଭୋଟ । ଏବେ କୁହାଯାଉଛି ଯେ ପିଏମ ଓଲି ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିବେ ।

ଆସ୍ଥା ଭୋଟର ପ୍ରସ୍ତାବ ରଖି ଓଲି କହିଛନ୍ତି ଯେ ଦେଶର ବିକାଶ ତଥା ରାଷ୍ଟ୍ର ନିର୍ମାଣ ପାଇଁ କଠିନ ପରିଶ୍ରମ କରୁଥିବା ସରକାରଙ୍କ ଉପରେ ସଂକୀର୍ଣ୍ଣ ତଥା ଦଳଗତ ସ୍ୱାର୍ଥ ପାଇଁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ । ଏଥିସହ କାହା ବିରୋଧରେ ମିଥ୍ୟା ଅଭିଯୋଗ ନ କରିବାକୁ ସେ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ।

ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀଙ୍କୁ ତଳ ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା । ସୋମବାର ନେପାଳରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲି 275 ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆସ୍ଥା ଭୋଟ ଜିତିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.