ETV Bharat / international

ନେପାଳରେ ବିଗୁଡୁଛି ବାୟୁ ଗୁଣବତ୍ତା: ଶିକ୍ଷାନୁଷ୍ଠାନ ବନ୍ଦ କଲେ ସରକାର

author img

By

Published : Mar 30, 2021, 12:13 PM IST

ବିଗୁଡୁଛି ବାୟୁ ଗୁଣବତ୍ତା । ଏନେଇ ନେପାଳ ସରକାର ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

ନେପାଳ ସରକାର
ନେପାଳ ସରକାର

କାଠମାଣ୍ଡୁ: ବିଗୁଡୁଛି ବାୟୁ ଗୁଣବତ୍ତା । ଏନେଇ ନେପାଳ ସରକାର ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଏକ ଜରୁରୀକାଳିନ ବୈଠକରେ ଶିକ୍ଷା ମନ୍ତ୍ରଣାଳୟ ଏହି ସପ୍ତାହ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ତଥାପି ସମସ୍ତ ପ୍ରକାର ପରୀକ୍ଷା ଦେଉଥିବା ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ସେମାନଙ୍କ କାର୍ଯ୍ୟ ଜାରି ରଖିପାରିବେ ।

ଏହାସହ ନେପାଳ ସରକାର ପିଲାଙ୍କୁ ଘର ଭିତରେ ରଖିବାକୁ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି । ବିଗତ କିଛି ଦିନ ହେବ ନେପାଳ ଆକାଶରେ ପ୍ରଦୂଷଣର ମାତ୍ରା ବଢି ଚାଲିଛି । ଜଙ୍ଗଲ ନିଆଁ କାରଣରୁ ନେପାଳ ଏପରି ସ୍ଥିତି ଦେଖାଦେଇଛି । ପ୍ରାୟ 54ଟି ଜିଲ୍ଲାରେ ବାୟୁରେ ପ୍ରଦୂଷଣ ବୃଦ୍ଧି ପାଇଛି । ପାଣିପାଗ ବିଜ୍ଞାନୀଙ୍କ ମତରେ ବାୟୁରେ ସ୍ୱଚ୍ଛତା ଏବଂ ନିଶ୍ୱାସଯୋଗ୍ୟ କରିବା ପାଇଁ ଆହୁରୀ କିଛି ଦିନ ସମୟ ଲାଗିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.