ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହବାଜ ସରିଫ ଗିରଫ ହୋଇଥିବା ନେଇ ସୂଚନା । ଶାହବାଜଙ୍କୁ ଲାହୋରରୁ ଗିରଫ କରାଯାଇଛି । ତାଙ୍କ ଜାମିନ ଆବେଦନ ଲାହୋର ହାଇକୋର୍ଟରେ ଖାରଜ ହୋଇଥିଲା ।
ନିକଟରେ ପାକିସ୍ତାନର ବିପକ୍ଷ ଦଳର ନେତା ଶାହବାଜ ସରିଫ ଓ ତାଙ୍କ ପରିବାର ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲେ ପାକିସ୍ତାନ ସରକାର । 69 ବର୍ଷୀୟ ଶାହବାଜ 2008ରୁ 2018 ମଧ୍ୟରେ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ରହିଥିଲେ ।
ଏହି ଗିରଫଦାରୀକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶାହବାଜ ସରିଫଙ୍କ ଏକମାତ୍ର ଭୁଲ ହେଉଛି ସେ ନୱାଜ ସରିଫଙ୍କୁ ହାତ ଛାଡୁ ନାହାଁନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନୱାଜ ସରିଫ ଏବଂ ତାଙ୍କ ସହଯୋଗୀମାନଙ୍କୁ ନିରାଶ କରିପାରିବ ନାହିଁ ।