ETV Bharat / international

ଜଳୁଛି ମିଆଁମାର: ସେନା ଗୁଳିରେ 114 ଆନ୍ଦୋଳନକାରୀ ମୃତ - 114 civilians killed in deadliest day

ମିଆଁମାରରେ ଥମୁନି ସୁରକ୍ଷାବାହିନୀଙ୍କ ବର୍ବରତା। ସେନା ଗୁଳିରେ 114 ଆନ୍ଦୋଳନକାରୀ ମୃତ। ସେନା ଦିବସରେ ଏଭଳି ଗଣହତ୍ୟା ଦେଶରେ ଆଲୋଡନ ସୃଷ୍ଟି କରିଛି। ଅଧିକ ପଢନ୍ତୁ...

ଜଳୁଛି ମିଆଁମାର : ସେନା ଗୁଳିରେ 114 ଆନ୍ଦୋଳନକାରୀ ମୃତ

author img

By

Published : Mar 28, 2021, 8:48 AM IST

ନାଏପିଦା: ମିଆଁମାରରେ ଥମୁନି ସୁରକ୍ଷାବାହିନୀଙ୍କ ବର୍ବରତା। ସେନା ଗୁଳିରେ 114 ଆନ୍ଦୋଳନକାରୀ ମୃତ। ସେନା ଦିବସରେ ଏଭଳି ଗଣହତ୍ୟା ଦେଶରେ ଆଲୋଡନ ସୃଷ୍ଟି କରିଛି। ତେବେ ଦେଶର 44ଟି ସହରରେ ହୋଇଥିବା ହତ୍ୟାକାଣ୍ଡ ଗତ ମାସରେ ହୋଇଥିବା ସାମରିକ ଆକ୍ରମଣର ସବୁଠୁ ରକ୍ତାକ୍ତ ଦିନ ଭାବେ ପରିଗଣିତ।

ତେବେ ସେନା ଗୁଳିରେ ଜଣେ 13 ବର୍ଷୀୟ ପିଲାର ମୃତ୍ୟୁ ହୋଇଛି। ସଶସ୍ତ୍ର ବାହିନୀ ଆବାସିକ ଅଞ୍ଚଳରେ ଗୁଳି ଚଳାଇବା ସହ ଘରେ ଗୁଳିମାଡ ପରେ ପିଲାଟିର ମୃତ୍ୟୁ ହୋଇଛି। ମିଆଁମାରରେ କ୍ଷମତାସୀନ ସେନା ସରକାର ଦେଶର ସର୍ବବୃହତ୍ତ ସହର ୟାଙ୍ଗୁନର ୬ଟି ଟାଉନଶିପରେ ମାର୍ଶଲ ଆଇନ ଲାଗୁ କରିଦେଇଛି । ସରକାର ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ।

ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ବେ ମିଆଁମାର ଜୁଣ୍ଟା ଏହି ନିନ୍ଦାକୁ ଅଣଦେଖା କରିଛନ୍ତି। ଏବଂ ଦେଶରେ ଏହାକୁ ବିରୋଧ କରୁଥିବା ଲୋକ ପ୍ରତି ଜୋରଦାର ଦମନ ଜାରି ରଖିଛନ୍ତି। ବହିଷ୍କୃତ ଅନେକ ସାଂସଦ ଏପରିକି ସୈନ୍ୟବାହିନୀକୁ ଆତଙ୍କବାଦୀ ସଂଗଠନ ଭାବେ ଅଭିହିତ କରିଛନ୍ତି।

ତେବେ ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର ଇନ୍‌ ଚିଫ୍‌ ମିନ୍‌ ଅଙ୍ଗ ଲାଇଙ୍ଗ କ୍ଷମତା ଦଖଲ କରିଛନ୍ତି। ସୁ କି ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ମିଆଁମାରରୁ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ ରହିଛି।

ସମସ୍ତ ଟିଭି ଚାନେଲ, ଇଣ୍ଟରନେଟ ସେବା ଓ ଫୋନ୍‌କୁ ବନ୍ଦ କରିଦିଆଯାଇଛି। ସୁ କି ନଭେମ୍ବର ୮ରେ ଅନୁଷ୍ଠିତ ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗକ୍ରମେ ସେନା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଇଛି।

ମିଆଁମାରରେ ସୈନ୍ୟ ଏକଛତ୍ରବାଦର ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଲାଗି ନାମିତ କରାଯାଇଛି। ଏହି ନୋମିନେସନ ୨୦୨୨ ବର୍ଷ ଲାଗି କରାଯାଇଛି। ନରୱେର ଆକାଡେମିକ ସଂସ୍ଥା ନିଜେ ଏହି ସୂଚନା ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.