ETV Bharat / international

ମୁଲ୍ଲା ଅବଦୁଲ ଘନି ହୋଇପାରନ୍ତି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି - ତାଲିବାନ ନେତା ମୁଲ୍ଲାଃ ଅବଦୁଲ ଘାନି ବାରାଦାର

ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରଦାର । ବରଦାର ହେଉଛନ୍ତି ତାଲିବାନର ସହ-ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅନ୍ୟତମ । ଅଧିକ ପଢନ୍ତୁ...

ତାଲିବାନ ନେତା ମୁଲ୍ଲାଃ ଅବଦୁଲ ଘାନି ବାରାଦାର ହୋଇପାରନ୍ତି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି

author img

By

Published : Aug 16, 2021, 8:49 AM IST

Updated : Aug 16, 2021, 12:28 PM IST

କାବୁଲ: ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରଦାର । ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଇଥିଲେ । କହି ରଖୁଛୁ ଆଫଗାନିସ୍ତାନର ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ବୋଲି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ନିକଟରେ କହିଥିଲେ । ଯିଏକି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜ ଟିମ୍ ସହିତ କାଜାକାସ୍ତାନ ପଳାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଫଗାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ।

ତାଲିବାନର ସହ-ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅବଦୁଲ ହେଉଛନ୍ତି ଅନ୍ୟତମ, ଯିଏ ବର୍ତ୍ତମାନ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଅଟନ୍ତି । ସେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ବସ୍ତ କମାଣ୍ଡଙ୍କ ମଧ୍ୟରୁ ଜଣେ, ଯିଏକି 2010 ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ ତାଙ୍କୁ କାବୁ କରିଥିଲା । ଏବଂ 2018ରେ ତାଙ୍କୁ ମୁକ୍ତ କରାଯାଇଥିଲା ।

କାନ୍ଦାହାରରେ ବରଦାର ବଢିଥିଲେ । 1970 ଦଶକର ଶେଷ ଭାଗରେ, ଯେତେବେଳେ ତାଙ୍କ ଦେଶ ଉପରେ ସୋଭିଏତ୍ ଆକ୍ରମଣ କରିଥିଲା, ସେତେବେଳେ ବରଦାରଙ୍କ ଜୀବନରେ ନୂଆ ମୋଡ ଆସିଥିଲା ଏବଂ ତାଙ୍କୁ ଜଣେ ବିଦ୍ରୋହୀ ସଜେଇ ଦେଇଥିଲା। ଜଣାଯାଏ ଯେ, ସେ ଜଣେ ଜଣାଶୁଣା ମୌଲବୀ ମୁଲ୍ଲାଃ ଓମାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଯୁଦ୍ଧ କରିଥିଲେ ।

ସୋଭିଏତ୍ ପ୍ରତ୍ୟାହାର ପରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ଏବଂ ଦୁର୍ନୀତି ଭ୍ରଷ୍ଟାଚାର ମଧ୍ୟରେ 1990 ଦଶକ ଆରମ୍ଭରୁ ଦୁହେଁ ତାଲିବାନ ଆନ୍ଦୋଳନକୁ ଆଗକୁ ବଢାଇଥିଲେ । 2001ରେ ତାଲିବାନର ପତନ ପରେ, ବରଦାର ବିଦ୍ରୋହୀଙ୍କ ଏକ ଛୋଟ ଗୋଷ୍ଠୀରେ ସାମିଲ ହୋଇଥିବା ଜଣାପଡିଛି ।

2010ରେ ବରଦାରଙ୍କୁ ପାକିସ୍ତାନରେ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଏବଂ ଆମେରିକାର ଚାପ ପରେ ତାଙ୍କୁ 2018ରେ ଜେଲରୁ ମୁକ୍ତ କରାଯାଇ କତାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହିଠାରେ ସେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଆମେରିକୀୟଙ୍କ ସହ ପ୍ରତ୍ୟାହାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ।

Last Updated : Aug 16, 2021, 12:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.