ETV Bharat / international

ସାମ୍ନାକୁ ଆସିଲା ବିଶ୍ବର ସର୍ବୋଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା

author img

By

Published : Dec 8, 2020, 4:05 PM IST

ଏବେଠୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848. 86 ମିଟର ରହିବ ବୋଲି କହିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ । ଏହା ପୂର୍ବରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848 ମିଟର ବୋଲି ବିବେଚନା କରାଯାଉଥିଲା । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ବିଶ୍ବର ସର୍ବୋଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା
ସାମ୍ନାକୁ ଆସିଲା ବିଶ୍ବର ସର୍ବୋଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା

କାଠମାଣ୍ଡୁ: ନୂଆ ରୂପରେ ମପାଯାଇଛି ବିଶ୍ବର ସର୍ବୋଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା । ଏବେଠୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848. 86 ମିଟର ରହିବ ବୋଲି କହିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ । ଏହା ପୂର୍ବରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848 ମିଟର ବୋଲି ବିବେଚନା କରାଯାଉଥିଲା । ହେଲେ ଚୀନର ଓ ନେପାଳ ମଧ୍ୟରେ ସହମତି ପରେ ଏବେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848. 86 ମିଟର ହେବ ।

ଦୁଇ ଦେଶ 13 ଅକ୍ଟୋବର 2019ରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପକୁ ନେଇ ସର୍ଭେ କରିବାକୁ ଘୋଷଣା କରିଥିଲେ । କାରଣ ଏମାନଙ୍କ ମଧ୍ୟରେ ମାପଚୁପକୁ ନେଇ ମତଭେଦ ରହିଥିଲା । 29,017 ଫୁଟ ଉଚ୍ଚରେ ମାଉଣ୍ଟ ଏଭରେଷ୍ଟ ରହିଥିବା ଚୀନ କହିଆସୁଥିବାବେଳେ ନେପାଳ ଏହା 29,028 ଫୁଟ ଉଚ୍ଚରେ ଥିବା ନେଇ ମାନୁଥିଲା । ଚୁକ୍ତି ଅନୁଯାୟୀ ଚୀନ ଓ ନେପାଳ ମିଶି ମାଉଣ୍ଟ ଝୁମଲାଙ୍ଗମା ଓ ସାଗରମାଥାର ଉଚ୍ଚତା ଘୋଷଣା କରିବା କଥା କହିଥିଲେ । ହେଲେ ପରେ ଏହି ମାମଲାରେ ଗୋଟିଏ ରାୟ ପାଇଁ ପୁନର୍ବାର ଉଚ୍ଚତାର ପରିଭାଷିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

2015 ଭୂମିକମ୍ପ ପରେ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ସନ୍ଦେହ କରି ଗତ ବର୍ଷେ ହେଲା ଉଚ୍ଚତା ମାପଚୁପ କରୁଥିଲେ ନେପାଳର ବିଶେଷଜ୍ଞ ଦଳ । ଏହି କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଥିଲେ, ସେମାନଙ୍କୁ ସମ୍ମାନିତ କରାଯିବ ।

2015ରେ ଆସିଥିବା ଭୟଙ୍କର ଭୂମିକମ୍ପରେ ମାଉଣ୍ଟ ଏଭରେଷ୍ଟ ଉଚ୍ଚତାରେ ପରିବର୍ତ୍ତନ ଆସିଥିବା ସନ୍ଦେହ କରାଯାଉଥିଲା । ଯାହାକୁ ଆଖି ଆଗରେ ରଖି ନୂତନ ଉଚ୍ଚତା ମାପିବା ପାଇଁ ସରକାର ସ୍ଥିର କରିଥିଲେ । ତେବେ 1954 ମସିହାରେ ଭାରତ ଦ୍ବାରା ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏଭରେଷ୍ଟର ଉଚ୍ଚତା ଥିଲା 8848 । ଏହାପରେ 1975 ମସିହାରେ ଚୀନ ସର୍ବେକ୍ଷକ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପି 8848.13 ମିଟର ବୋଲି ଜଣାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.