ETV Bharat / international

ଚୀନରେ ପ୍ରଳୟଙ୍କାରୀ ବନ୍ୟା; 38 ଲକ୍ଷ ପ୍ରଭାବିତ, 141 ନିଖୋଜ - ଚୀନରେ ପ୍ରଳୟଙ୍କାରୀ ବନ୍ୟା

ଚୀନରେ ସୃଷ୍ଟି ହୋଇଛି ବନ୍ୟା ବିପତ୍ତି । କୋରୋନା କାଳରେ ବନ୍ୟା ପରିସ୍ଥିତି ସମଗ୍ର ଦେଶକୁ ଡରାଇ ରଖିଛି । ଗତ କିଛି ଦିନର ବନ୍ୟାରେ ପ୍ରାୟ 38 ଲକ୍ଷ ଲୋକେ ଏବେ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଚୀନରେ ପ୍ରଳୟଙ୍କାରୀ ବନ୍ୟା
ଚୀନରେ ପ୍ରଳୟଙ୍କାରୀ ବନ୍ୟା
author img

By

Published : Jul 13, 2020, 8:33 AM IST

ବେଜିଂ: କୋରୋନାରେ କାଳାତିପାତ କରିଥିବା ଚୀନକୁ ଡରାଇଲାଣି ପ୍ରାକୃତିକ ବିପର୍ଯ୍ୟୟ ଡର । କୋରୋନା କାଳରେ ଚୀନରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । କୋରୋନାରେ ହଜାର ହଜାର ଲୋକଙ୍କ ଜୀବନ ଯିବା ପରେ ଆଉ ଏକ ବିପଦ ଭାବେ ଉଭା ହୋଇଛି। ରବିବାର ବେଜିଂ କର୍ତ୍ତୃପକ୍ଷଙ୍କ ଅନୁସାରେ, ବନ୍ୟା ଦ୍ବାରା ପ୍ରାୟ 38 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 140ରୁ ଅଧିକ ଲୋକେ ନିଖୋଜ କିମ୍ବା ମୃତ୍ୟୁ ହୋଇଥିବା ସୂଚନା ।

ଜୁଲାଇ 12 ତାରିଖ ସୁଦ୍ଧା ଜିଆଙ୍ଗସି, ଅନୁହୁ, ହୁବେଇ ଏବଂ ହୁନାନ ପ୍ରଦେଶ ସମେତ 27ଟି ଅଞ୍ଚଳର 37 .9 ମିଲିୟନ ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। ପ୍ରବଳ ବନ୍ୟା ଆସି 14 ଜଣ ନିଖୋଜ କିମ୍ବା ମୃତ୍ୟୁ ହୋଇଥିବା ଜଣାପଡିଛି । 2.25 ମିଲିୟନ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ଓ ମରୁଡି ସହାୟତା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ମୁଖ୍ୟାଳୟ ଦେଶର ବନ୍ୟା ପରିସ୍ଥିତିର ସ୍ତରକୁ ତୃତୀୟ ସ୍ତରରୁ ଦ୍ୱିତୀୟ ସ୍ତରକୁ ବୃଦ୍ଧି କରିଥିଲା। ୟାଙ୍ଗଟେଜ୍ ସମେତ ଅନେକ ନଦୀ ପ୍ରବଳ ବର୍ଷା ପରେ ଫୁଲି ଯାଇଛି।

ବନ୍ୟାରେ 28,000 ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି ଯାହାର ମୂଲ୍ୟ 82.2 ବିଲିୟନ ୟୁଆନ୍ (11.7 ବିଲିୟନ ଡ଼ଲାର୍) ବୋଲି ଆକଳନ କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନାଗରିକମାନଙ୍କୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.