ETV Bharat / international

ତାଇଓ୍ବାନରେ ପଶିଲା ଚୀନର ୫ ଯୁଦ୍ଧ ବିମାନ - ତାଇଓ୍ବାନରେ ଚୀନ ବାୟୁସେନାର ପ୍ରବେଶ

ଚୀନ୍ ଓ ତାଇଓ୍ବାନ ମଧ୍ୟରେ ବଢୁଛି ବିବାଦ । ତାଇଓ୍ବାନ ସୀମାରେ ପ୍ରବେଶ କଲା ଚୀନର ୫ ଯୁଦ୍ଧ ବିମାନ । ପ୍ରତିଜବାବ ଦେଇଥିବା ତାଇଓ୍ବାନର ଦାବି । ଅଧିକ ପଢନ୍ତୁ

ତାଇଓ୍ବାନର ବାୟୁସୀମାରେ ପଶିଲା ଚୀନର ୫ ଯୁଦ୍ଧ ବିମାନ

author img

By

Published : Jan 12, 2022, 5:35 PM IST

ତାଇପେଇ: ଚୀନ ଓ ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ତାଇଓ୍ବାନ ବାୟୁସୀମାରେ ପ୍ରବେଶ କରିଛି ଚୀନ ଯୁଦ୍ଧ ବିମାନ । ଆଜି (ମଙ୍ଗଳବାର) ଚୀନର ପାଞ୍ଚଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍ (ADIZ) ରେ ପ୍ରବେଶ କରିଥିବା ସୂଚନା ରହିଛି । ତେବେ ତାଇଓ୍ବାନ ସୀମାରେ ଚୀନର ବଳପୂର୍ବକ ପ୍ରବେଶର ଏହା ପ୍ରଥମ ଘଟଣା ନୁହେଁ । ଚୀନ ଯୁଦ୍ଧ ବିମାନ ୯ ଥର ପାଇଁ ତାଇଓ୍ବାନ ସୀମାରେ ପ୍ରବେଶ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ପିପୁଲ୍ସ ଲିବରେସନ୍ ଆର୍ମି ବାୟୁସେନା (PLAAF)ର ଅତ୍ୟାଧୁନିକ Shenyang J-16 ଯୁଦ୍ଧ ବିମାନ ଏବଂ ଗୋଟିଏ Shaanxi Y-8 ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ ADIZର ଦକ୍ଷିଣ-ପଶ୍ଚିମ ବାୟୁସୀମାରେ ପ୍ରବେଶ କରିବା ସହ କିଛି ସମୟ ଉଡିଥିବା ଅଭିଯୋଗ କରିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ତେବେ ତାଇଓ୍ବାନ ମଧ୍ୟ ଏହା ବିରୋଧରେ ଜବାବ ଦେଇଥିବା ମନ୍ତ୍ରଣାଳୟ କହିଛି । ଏହାର ଜବାବରେ ତାଇୱାନ ଯୁଦ୍ଧ ବିମାନ ପଠାଇବା ସହ ରେଡିଓ ଚେତାବନୀ ଦେଇଥିଲା । ଚୀନର ବିମାନ ଗୁଡ଼ିକୁ ଟ୍ରାକ କରିବା ପାଇଁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ନିୟୋଜିତ କରିଥିବା ତାଇଓ୍ବାନ କହିଛି ।

ଚୀନର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ପ୍ରାୟ 24 ନିୟୁତ ଲୋକସଂଖ୍ୟା ବିଶିଷ୍ଟ ତାଇୱାନ ଉପରେ ବେଜିଂ ସମ୍ପୂର୍ଣ୍ଣ ଅଧିକାର ଦାବି କରି ଆସୁଥିବା ବେଳେ ପ୍ରାୟ ୭ ଦଶନ୍ଧି ଧରି ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଆମେରିକା ସମେତ ଅନ୍ୟ କିଛି ଗଣତାନ୍ତ୍ରିକ ରାଷ୍ଟ୍ର ସହ ରଣନୈତିକ ସମ୍ପର୍କ ବୃଦ୍ଧି ଫଳରେ ଚୀନ ବଳପୂର୍ବକ ତାଇଓ୍ବାନର ସ୍ବାଧୀନତା ଛଡାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଆସୁଛି ତାଇଓ୍ବାନ । ଗତ କିଛି ଦଶନ୍ଧି ଧରି ଲାଗି ରହିଥିବା ଏହି ବିବାଦ କିଛି ମାସ ହେବ ଉଗ୍ର ହେବାରେ ଲାଗିଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.