ETV Bharat / international

ସାହସ ଦେଖାଇଲେ ଗନି, ଦୃଢତାର ସହ ତାଲିବାନକୁ ମୁକାବିଲା କରିବେ ଆଫଗାନ ସରକାର

author img

By

Published : Aug 14, 2021, 7:10 AM IST

ଦୃଢତାର ସହ ତାଲିବାନ ବିରୋଧରେ ଲଢେଇ କରାଯିବ ବୋଲି ବୟାନ ଦେଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି । ଅଧିକ ପଢନ୍ତୁ...

ସାହସ ଦେଖାଇଲେ ଗନି, ଦୃଢତାର ସହ ତାଲିବାନକୁ ମୁକାବିଲା କରିବେ ଆଫଗାନ ସରକାର
ସାହସ ଦେଖାଇଲେ ଗନି, ଦୃଢତାର ସହ ତାଲିବାନକୁ ମୁକାବିଲା କରିବେ ଆଫଗାନ ସରକାର

କାବୁଲ: ଆଫଗାନିସ୍ତାନରେ ଦିନକୁ ଦିନ ମଜବୁତ ହୋଇ ଚାଲିଛି ତାଲିବାନର ଅସ୍ତିତ୍ବ । ଅନେକ ବଡ ସହରକୁ କବଜା କରିସାରିଲେଣି ତାଲିବାନ ଆତଙ୍କୀ । କେବଳ ସେତିକି ନୁହେଁ, ସରକାରୀ ଅଧିକାରୀଙ୍କୁ ମଧ୍ୟ ଛାଡୁନାହିଁ ଏମାନେ । ରାଜଧାନୀ କାବୁଲ ଠାରୁ ଆଉ ମାତ୍ର ୫୦ କିଲୋମିଟର ଦୂରରେ ରହିଛନ୍ତି ତାଲିବାନ ଆତଙ୍କୀ । ଏହାରି ମଧ୍ୟରେ ରାଷ୍ଟ୍ରପତି ଅସରଫ ଗନି ଇସ୍ତଫା ଦେଇପାରନ୍ତି ବୋଲି ଆସୁଥିଲା ଖବର । ହେଲେ ଏବେ ଦୃଢତାର ସହ ତାଲିବାନ ବିରୋଧରେ ଲଢେଇ କରାଯିବ ବୋଲି ବୟାନ ଦେଇଛନ୍ତି ଗନି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନି ଗନି । ଶୁକ୍ରବାର ଜାତୀୟ ସୁରକ୍ଷା ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ରାଷ୍ଟ୍ରପତି । ତାଲିବାନ ବିରୋଧରେ ଲଢେଇ ଜୋରଦାର କରାଯିବ ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି । ଦୀର୍ଘ ଦିନରୁ ତାଲିବାନ ସାମ୍ନାରେ ଦୃଢତାର ସହ ଲଢିଆସୁଛନ୍ତି ଆଫଗାନ ସରକାର । ଆତଙ୍କୀଙ୍କୁ ଘଉଟାଇବାକୁ ରଣନୀତି ମଧ୍ୟ କରିଆସିଛନ୍ତି । ହେଲେ ଆଫଗାନିସ୍ତାନ ଉପରେ କବଜା କରିଥିବା ତାଲିବାନ ଗନିଙ୍କୁ ରାଷ୍ଟ୍ରପତି ପଦରୁ ହଟିବାକୁ ମଧ୍ୟ କରୁଛି ଜୋରଦାର ଦାବି । ସେପଟେ ପାକିସ୍ତାନ ମଧ୍ୟ ଗନିଙ୍କୁ ପଦରୁ ହଟାଇବା ନିଷ୍ପତ୍ତିକୁ କରୁଛି ସମର୍ଥନ ।

ତାଲିବାନ ବିରୋଧରେ ଲଢେଇ ଜାରି ରହିବ ବୋଲି ଆଫଗାନିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି । ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ କହିଛନ୍ତି, ରାଷ୍ଟ୍ରପତି ଅସରଫ ଗନିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜାତୀୟ ସୁରକ୍ଷା ମାମଲାରେ ବୈଠକ ହୋଇଛି । ଏହି ବୈଠକରେ ଦୃଢ ବିଶ୍ବାସ ଓ ସଙ୍କଳ୍ପ ନିଆଯାଇଛି ଯେ ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଜାରି ରଖିବ ଆଫଗାନିସ୍ତାନ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.