ETV Bharat / international

ପାକିସ୍ତାନରେ ବିଜୁଳି ଗାଏବ; ଅନ୍ଧାରରେ ରାଜଧାନୀ ସମେତ ବହୁ ପ୍ରମୁଖ ସହର - ପାୱାର କଟ

ଟ୍ବିଟରରେ ଟ୍ରେଣ୍ଡ କରୁଛି ବ୍ଲାକଆଉଟ । ପାକିସ୍ତାନରେ ପାୱାର କଟ ପରେ ଏହା ଟ୍ରେଣ୍ଡ କରୁଛି । ଅଧିକ ଫଢନ୍ତୁ...

ଅନ୍ଧାରରେ ରାଜଧାନୀ ସମତେ ବହୁ ପ୍ରମୁଖ ସହର
ଅନ୍ଧାରରେ ରାଜଧାନୀ ସମତେ ବହୁ ପ୍ରମୁଖ ସହର
author img

By

Published : Jan 10, 2021, 8:43 AM IST

Updated : Jan 10, 2021, 2:18 PM IST

ଇସଲାମବାଦ: ଅନ୍ଧାରରେ ପାକିସ୍ତାନ । ହଠାତ ପାୱାର କଟ ଯୋଗୁଁ ଅନ୍ଧାରରେ ରାତି କାଟିଲା ପାକିସ୍ତାନ । ବଡ ବଡ ସହରରେ ବିନା ଆଲୁଅରେ ରହିଛି । ରାଜଧାନୀ ଇସଲାମାବାଦ ସମେତ କାରଚୀ, ପାକିସ୍ତାନ, ମୁଲତାନ ଓ ରାୱଲପିଣ୍ଡି ଭଳି ପ୍ରମୁଖ ସହରରେ ବିଜୁଳି ଗାଏବ ହୋଇଯାଇଛି ।

ଏନେଇ ଇସଲାମାବାଦର ଡେପୁଟି କମିଶନର ହମଜା ଶଫକତ ଟ୍ବିଟ କରି ସୂଚନା ଦେଇଥିଲେ । ନ୍ୟାସନାଲ ଟ୍ରାନ୍ସମିଶନ ଡିସପାଚ କମ୍ପାନୀ(ଏନଟିଡିସି) ଟ୍ରାପିଂ ଯୋଗୁଁ ବ୍ଲାକ ଆଉଟ ହୋଇଯାଇଛି। ତେବେ କିଛି ସମୟରେ ପୁଣି ଥରେ ସ୍ବଭାବିକ ହୋଇଯିବ ବୋଲି ହମଜା କହିଥିଲେ । ଟେକନିକାଲ ସମସ୍ୟା ଯୋଗୁଁ ଶନିବର ରାତି ପୁରା ପାକିସ୍ତାନରେ ବିଦ୍ୟୁତ ସହ ବିଚ୍ଛନ୍ନ ହୋଇଯାଇଥିଲା ।

ଅନ୍ୟପଟେ, ଏକ୍ସପ୍ରେସ ଟ୍ରିବ୍ୟୁନ ପାୱାର ଡିଭିଜନର ମୁଖପାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏନଟିଡିଏସର ଟିମ ରାଷ୍ଟ୍ରୀୟ ବିତରଣ ପ୍ରଣାଳୀର ଫ୍ରିକ୍ବେନ୍ସି ହଠାତ ଖସିଯିବାର କାରଣ ଖୋଜୁଛନ୍ତି ।

ପାକିସ୍ତାନର ବିଦ୍ୟୁତ ମନ୍ତ୍ରଣାଳୟ ଟ୍ବିଟ କରି କହିଥିଲେ, ପାୱର ଟ୍ରାନ୍ସମିସନ ସିଷ୍ଟମରେ ଫ୍ରିକ୍ବେନ୍ସି ଅଚାନକ 50 ରୁ 0 ହୋଇଯାଇଥିଲା । ଫଳରେ ଦେଶବ୍ୟାପୀ ପାୱାର କଟ ହୋଇଛି । ରାତି ପ୍ରାୟ 11.41 ସମୟରେ ପାୱାର କଟ ହୋଇଥିବାବେଳେ ତୁରନ୍ତ ସମସ୍ୟା ସମାଧାନ ଲାଗି କାମ ଜାରି ରହିଛି । ପାକିସ୍ତାନରେ ପାୱାର ବ୍ଲାକଆଉଟ ଜଣାପଡିବା ପରେ ଟ୍ବିଟରରେ #blackout ଟ୍ରେନ କରିଥିଲା । ସୂଚନାଯୋଗ୍ୟ, 2015ରେ ମଧ୍ୟ ଠିକ ଏଭଳି ସମସ୍ୟାର ସମ୍ମୁଖନ ହୋଇଥିଲା ପାକିସ୍ତାନ ।

Last Updated : Jan 10, 2021, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.