ETV Bharat / international

ଟ୍ରିପଲ ତଲାକରେ ଅଲଗା ହେଲେ ପୂର୍ବତନ ରାଜା-ମସ୍କୋସୁନ୍ଦରୀ ! - Malaysia Ex-King Divorces Former Russian Beauty

ବିବାହ ଖବରର କିଛି ମାସ ପରେ ମାଲେସିଆର ପୂର୍ବତନ ରାଜାଙ୍କ ଛାଡପତ୍ର ଖବର ଚହଳ ସୃଷ୍ଟି କରିଛି । ଟ୍ରିପଲ ତଲାକରେ ସେ ପୂର୍ବତନ ମିସ ମସ୍କୋଙ୍କୁ ଛାଡପତ୍ର ଦେଇଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jul 25, 2019, 2:23 PM IST

କୁଆଲାଲମପୁର: ବଡବଡିଆଙ୍କ ପାଇଁ ବିବାହ କରିବା ଓ ଛାଡପତ୍ର ଦେବା ଯେପରି ଏକ ସଉକ ପାଲଟିଛି । ବିବାହ ଖବରର କିଛି ମାସ ପରେ ମାଲେସିଆର ପୂର୍ବତନ ରାଜାଙ୍କ ଛାଡପତ୍ର ଖବର ଚହଳ ସୃଷ୍ଟି କରିଛି । ଟ୍ରିପଲ ତଲାକରେ ସେ ପୂର୍ବତନ ମିସ ମସ୍କୋଙ୍କୁ ଛାଡପତ୍ର ଦେଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ ପଞ୍ଚମ ଋଷ ସୁନ୍ଦରୀଙ୍କୁ ବିବାହ କରିବା ଖବର ଦେଶରେ ଚାଞ୍ଚଲ୍ୟ ପକାଇଥିଲା । ପୂର୍ବରୁ ବିବାହ କରିଥିବା ସୁଲତାନଙ୍କର ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବତନ ମସ୍କୋ ସୁନ୍ଦରୀ ରିହାନା ଓକ୍ସାନାଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏପରିକି ଗତ ଜାନୁୟାରୀରେ ଏଥିପାଇଁ ସେ ରାଜପଦ ତ୍ୟାଗ କରିଥିଲେ । 2 ବର୍ଷ ଧରି ସେ ସିଂହାସନରେ ବସିଥିଲେ ।

ତେବେ ବିବାହ ଖବର ପ୍ରକାଶ ପାଇବାର ମାତ୍ର କିଛି ମାସ ପରେ ତାଙ୍କ ଛାଡପତ୍ର ଖବର ପ୍ରକାଶ ପାଇଛି । ଏନେଇ ସୁଲତାନଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଗତ ଜୁନ ୨୨ରେ ସାରିଆ ନିୟମ ଅନୁସାରେ ଟ୍ରିପଲ ତଲାକ ଦେଇ ସୁଲତାନ ରିହାନାଙ୍କୁ ଛାଡପତ୍ର ଦେଇଛନ୍ତି । ଉତ୍ତର ପୂର୍ବ ମାଲେସିଆ ରାଜ୍ୟ କେଲାଣ୍ଟାନର ଏକ ଇସଲାମୀୟ ଅଦାଲତ ଛାଡପତ୍ର ସାର୍ଟିଫିକେଟ ଇସ୍ୟୁ କରିଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଏ ଖବରକୁ ରିହାନା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସୁଲତାନ ଏବେ ମଧ୍ୟ ତାଙ୍କ ସ୍ବାମୀ ଅଛନ୍ତି । ଉଭୟ ବିବାହ କରିନଥିଲେ ମଧ୍ୟ ସେମାନଙ୍କର ଏକ ପୁତ୍ର ସନ୍ତାନ ଥିବା ଜଣାପଡିଛି । ସୁଲତାନ ଓ ପୁଅ ସହ ରିହାନା ଇନଷ୍ଟାଗ୍ରାମରେ ଲଗାତାର ଫଟୋ ସେୟାର କରୁଛନ୍ତି । ତାଙ୍କୁ ଛାଡପତ୍ର ନେଇ କୌଣସି ଖବର ନଥିବା ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ରିହାନା ମସ୍କୋରେ ରହୁଥିବାବେଳେ ଏ ଖବର ବିଷୟରେ ସେ ଜାଣିନଥିବା କହିଛନ୍ତି ।

Intro:Body:

Testing 789

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.