ETV Bharat / international

କାଠମାଣ୍ଡୁରେ ପୁଣି 7 ଦିନ ବଢିଲା ଲକଡାଉନ ଅବଧି

author img

By

Published : Aug 26, 2020, 5:15 PM IST

ନେପାଳର କାଠମାଣ୍ଡୁ, ଭକ୍ତପୁର ଓ ଲଲିତପୁର ଜିଲ୍ଲାରେ ପୁଣି ଲକଡାଉନ ବୃଦ୍ଧି କରାଯାଇଛି । ଏହି ଲକଡାଉନ ଅବଧିକୁ ପୁଣି 7 ଦିନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟ ଜିଲ୍ଲା ଅଧିକାରୀ (ସିଡିଓ)ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କାଠମାଣ୍ଡୁରେ ପୁଣି 7 ଦିନ ବଢିଲା ଲକଡାଉନ ଅବଧି
କାଠମାଣ୍ଡୁରେ ପୁଣି 7 ଦିନ ବଢିଲା ଲକଡାଉନ ଅବଧି

କାଠମାଣ୍ଡୁ: ନେପାଳର କାଠମାଣ୍ଡୁ, ଭକ୍ତପୁର ଓ ଲଲିତପୁର ଜିଲ୍ଲାରେ ପୁଣି ଲକଡାଉନ ବୃଦ୍ଧି କରାଯାଇଛି । ଏହି ଲକଡାଉନ ଅବଧିକୁ ପୁଣି 7 ଦିନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟ ଜିଲ୍ଲା ଅଧିକାରୀ (ସିଡିଓ)ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସାତଦିନ ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ଲକଡାଉନ ଅବଧିକୁ ବଢାଇ ଦିଆଯାଇଛି । ବୁଧବାର ସକାଳେ ଅନୁଷ୍ଠିତ କାଠମାଣ୍ଡୁ ଉପତ୍ୟକାର ସିଡିଓମାନଙ୍କର ବୈଠକରେ ଲକଡାଉନ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ।

ଲକଡାଉନକୁ ଆଉ ଏକ ସପ୍ତାହ ବଢାଇବା ନିଷ୍ପତ୍ତି ନେଇଛୁ, ତେଣୁ ଏହି ନିୟମ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଲାଗୁ ହେବ । ଆଗାମୀ ଦିନରେ ବଢୁଥିବା କୋରୋନା ସଂଖ୍ୟାକୁ ରୋକିବାକୁ ଆମେ ପୁନର୍ବାର ସମୀକ୍ଷା କରିବୁ ବୋଲି ଭକ୍ତପୁର ଜିଲ୍ଲା ଅଧିକାରୀ ହମକାଲା ପାଣ୍ଡେ କହିଛନ୍ତି।

କାଠମାଣ୍ଡୁରେ କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରି କରାଯାଇଥିଲେ । ବୁଧବାର ମଧ୍ୟରାତ୍ରରେ ଏହି ଅବଧି ଶେଷ ହେବାକୁ ଥିବା ବେଳେ ପୁଣି ଏଥିରେ ବୃଦ୍ଧି କରାଯାଇଛି ।

ମଙ୍ଗଳବାର କାଠମାଣ୍ଡୁରେ 232 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ନେପାଳରେ ମୋଟ 33,533 କୋରୋନା ମାମଲା ରେକର୍ଡ କରାଯାଇଛି । ସେଥିମଧ୍ୟରେ 19,119 ଜଣ ସୁସ୍ଥ ହୋଇଥିବାବେଳେ 164 ଜଣଙ୍କ ମହାମାରୀରେ ମୃ୍ତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.