ETV Bharat / international

ସାମୁଦ୍ରିକ ମାଛର ପ୍ୟାକିଂରୁ ଜୀବନ୍ତ କୋରୋନା ଭାଇରସ ଚିହ୍ନଟ

author img

By

Published : Oct 18, 2020, 6:56 PM IST

ଚୀନକୁ ଆମଦାନୀ ହୋଇଥିବା ସାମୁଦ୍ରିକ ମାଛର ପ୍ୟାକିଂରୁ କୋରୋନା ଭାଇରସ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

ସାମୁଦ୍ରିକ ମାଛର ପ୍ୟାକିଂରୁ ଜୀବନ୍ତ କୋରୋନା ଭାଇରସ ଚିହ୍ନଟ
ସାମୁଦ୍ରିକ ମାଛର ପ୍ୟାକିଂରୁ ଜୀବନ୍ତ କୋରୋନା ଭାଇରସ ଚିହ୍ନଟ

ବେଜିଂ: କୋରୋନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବାବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଚୀନକୁ ଆମଦାନୀ ହୋଇଥିବା ସାମୁଦ୍ରିକ ମାଛର ପ୍ୟାକିଂରୁ କୋରୋନା ଭାଇରସ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପ୍ୟାକିଂ ହୋଇଥିବା ମାଛର ବାହ୍ୟ ଆବରଣରୁ ଜୀବନ୍ତ କୋରୋନା ଭାଇରସ ଚିହ୍ନଟ ହୋଇଥିବା ଏକ ବିବୃତ୍ତିରେ କହିଛନ୍ତି ।

ଏହାସହ ଚିହ୍ନଟ ଜୀବନ୍ତ ଭାଇରସକୁ ମଧ୍ୟ ପ୍ୟାକିଂରୁ ଆଲଗା କରାଯାଇଛି । ଏଭଳି ଘଟଣା ବିଶ୍ବରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି) କେନ୍ଦ୍ର ବିବୃତ୍ତିରେ କହିଛି । ସହରରେ ଏବେ ସଂକ୍ରମଣର ସ୍ଥିତି ଜାଣିବା ପାଇଁ ଅନୁସନ୍ଧାନ କରାଯାଇ ଥିବାବେଳେ ଏହା ଚିହ୍ନଟ ହୋଇଛି । ଏଥିରୁ ଏହା ପ୍ରମାଣିତ ହୋଇଛି ଯେ ଜୀବନ୍ତ ଭାଇରସ ସଂକ୍ରମଣ ବ୍ୟାପିବାର ଏକ କାରଣ ହୋଇପାରେ ବୋଲି ସିଡିସି କହିଛି । ତେବେ ଏହି ବିବୃତ୍ତିରେ ପ୍ୟାକେଜ୍ କେଉଁଠାରୁ ଆମଦାନୀ ହୋଇଥିଲା ସେହି ଦେଶ ଉଲ୍ଲେଖ କରାଯାଇ ନାହିଁ ।

ତେବେ ଏଜେନ୍ସି ଆଉ ଏକ ବିବୃତ୍ତିରେ କହିଛି ଯେ ଚୀନ ବଜାରରେ କୋଲ୍ଡ ଫୁଡ୍‌ ପ୍ୟାକିଂରୁ ଭାଇରସ ବ୍ୟାପିବାର ସମ୍ଭାବନାର ଆଶଙ୍କା ବହୁତ କମ୍‌ । ସେପ୍ଟେମ୍ବର 15 ସୁଦ୍ଧା ଦେଶର 24 ଟି ପ୍ରାଦେଶିକ ସ୍ତରୀୟ ଅଞ୍ଚଳରେ ମୋଟ 2.98 ମିଲିଅନ ନମୁନା ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ 670,000 ଶୀତଳ ଖାଦ୍ୟ କିମ୍ବା ଖାଦ୍ୟ ପ୍ୟାକେଜିଂରୁ, ଶ୍ରମିକଙ୍କ ଠାରୁ 1.24 ମିଲିଅନ ନମୁନା ପରୀକ୍ଷା କରାଯାଇଥିଲା । କୋଲ୍ଡ ଚେନ୍ ଖାଦ୍ୟ କିମ୍ବା ଖାଦ୍ୟ ପ୍ୟାକେଜିଂରୁ କେବଳ 22 ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି ବୋଲି ସିଡିସି କହିଛି ।

ଏତିକିବେଳେ ଜାତୀୟ ସ୍ବାସ୍ଥ୍ୟ ଆୟୋଗ ରବିବାର କହିଛି ଯେ ଆମଦାନୀରୁ 13 ପଜିଟିଭ ମାମଲା ଚିହ୍ନଟ ହୋଇଛି । 5 ଟି ସାଂଘାଇରୁ, 4ଟି ଗୁଆଙ୍ଗଡୋଙ୍ଗରୁ, 2ଟି ଶାନସିରୁ ଏବଂ ତିଆନଜିନ୍‌ ଓ ସିଚୁଆନରୁ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.