ETV Bharat / international

ସରୁନି ହସ୍ପିଟାଲ ନିର୍ମାଣ କାର୍ଯ୍ୟ, ବିଭାଗୀୟ ଅଧିକାରୀଙ୍କୁ କିମଙ୍କ ଟାର୍ଗେଟ - କିମ ଜଙ୍ଗ ଉନ

ଉତ୍ତର କୋରିଆବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଗଭର ହୋଇଛନ୍ତି ଦେଶର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଏନେଇ ଗତ ମାର୍ଚ୍ଚରେ ସେ ପ୍ୟୋଙ୍ଗ୍ୟାଙ୍ଗ ସାଧାରଣ ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ । ହେଲେ ଏହି ଡାକ୍ତରଖାନା ନିର୍ମାଣ ଦାୟିତ୍ବ ନେଇଥିବା ନିର୍ମାଣକାରୀ ସଂସ୍ଥା ସଠିକ୍‌ ଭାବେ କାର୍ଯ୍ୟ କରୁନଥିବା ଶୁଣିବା ପରେ ସମ୍ପୃକ୍ତ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ କିମ ।

general hospital construction in north korea, pyongyang general hospital construction, kim jong un, north korea latest news, ଉତ୍ତର କୋରିଆରେ ସାଧାରଣ ଡାକ୍ତରଖାନା ନିର୍ମାଣ, ପ୍ୟୋଙ୍ଗ୍ୟାଙ୍ଗ ସାଧାରଣ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ, କିମ ଜଙ୍ଗ ଉନ, ଉତ୍ତର କୋରିଆ ଲାଟେଷ୍ଟ ନ୍ୟୁଜ୍‌
ସରୁନି ହସ୍ପିଟାଲ ନିର୍ମାଣ କାର୍ଯ୍ୟ, ବିଭାଗୀୟ ଅଧିକାରୀଙ୍କୁ କିମଙ୍କ ଟାର୍ଗେଟ
author img

By

Published : Jul 21, 2020, 6:31 AM IST

ସିଓଲ: ଉତ୍ତର କୋରିଆବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଗଭର ହୋଇଛନ୍ତି ଦେଶର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଏନେଇ ଗତ ମାର୍ଚ୍ଚରେ ସେ ପ୍ୟୋଙ୍ଗ୍ୟାଙ୍ଗ ସାଧାରଣ ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ । ବର୍ତ୍ତମାନ କୋରୋନା ପରିସ୍ଥିତିର ମୁକାବିଲା ପାଇଁ ଏହି ଡାକ୍ତରଖାନା ସକ୍ଷମ ହେବ ବୋଲି କିମ ଦାବି କରିଥିଲେ । ଏହି ପ୍ରକଳ୍ପ ଆସନ୍ତା ଅକ୍ଟୋବର 10 ମଧ୍ୟରେ ଶେଷ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଅକ୍ଟୋବର 10ରେ ଶାସକ ଦଳର 75 ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଡାକ୍ତରଖାନା ଉଦଘାଟନ ହେବାର ଯୋଜନା ରହିଛି ।

ହେଲେ ଏହି ଡାକ୍ତରଖାନା ନିର୍ମାଣ ଦାୟିତ୍ବ ନେଇଥିବା ନିର୍ମାଣକାରୀ ସଂସ୍ଥା ସଠିକ୍‌ ଭାବେ କାର୍ଯ୍ୟ କରୁନଥିବା ଶୁଣିବା ପରେ ସମ୍ପୃକ୍ତ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ କିମ । ଏନେଇ ପ୍ୟୋଙ୍ଗ୍ୟାଙ୍ଗର କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି (କେସିଏନଏ) ସୂଚନା ଦେଇଛି । କିମ ଏହି ସ୍ଥାନ ପରିଭ୍ରମଣ କରିଥିଲେ ତାହା ଜଣା ପଡି ନାହିଁ । କିନ୍ତୁ ନିର୍ମାଣ କାର୍ଯ୍ୟ ନେଇ କିମ୍‌ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ଯୋଜନା ମୁତାବକ ନିର୍ମାଣ କାର୍ଯ୍ୟ ଚାଲି ନଥିବା ବେଳେ ଏଥିରେ ନିର୍ମାଣକାରୀ ସଂସ୍ଥାର ବେପରୁଆ ମନୋଭାବ ଦାୟୀ ବୋଲି କିମ ଆରୋପ ଲଗାଇଛନ୍ତି ।

କେବଳ ସେତିକି ନୁହେଁ ନିର୍ମାଣକାରୀ ସଂସ୍ଥା ଅର୍ଥ ଓ କଞ୍ଚାମାଲର ସଠିକ୍‌ ବିନିଯୋଗ ଓ ବ୍ୟବହାର କରୁନଥିବା ମଧ୍ୟ କିମ କହିଥିଲେ । ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ବଦଳାଇବା ପାଇଁ କିମ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ମଧ୍ୟ କହିଚନ୍ତି ନିର୍ମାଣକାରୀ ସଂସ୍ଥା ଅର୍ଥ ବିନିଯୋଗ ଉପରେ କୌଣସି ନିୟନ୍ତ୍ରଣ ରଖୁନାହିଁ । ଏପରି ଖାମଖିଆଲି ନୀତି ଯୋଗୁଁ ଯଥା ସମୟରେ ଡାକ୍ତରଖାନା ନିର୍ମାଣ ଶେଷ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଦେଶରେ କୋରୋନା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଥିବା କିମ କହିଥିଲେ ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.