ETV Bharat / international

ଉତ୍ତର କୋରିଆରେ କୋରୋନା ମୁକାବିଲା ପାଇଁ ଆଗଭର କିମ ଜଙ୍ଗ ଉନ - ଉତ୍ତର କୋରିଆରେ ପଲିଟବ୍ୟୁରୋ ବୈଠକ

ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ଦେଶରେ କୋରୋନା ନିୟନ୍ତ୍ରଣ ପାଇଁ ନେଇଛନ୍ତି କଡାକଡି ପଦକ୍ଷେପ । ବର୍ତ୍ତମାନ ଦେଶରେ ଶାସକ ଦଳର ପଲିଟବ୍ୟୁରୋ ବୈଠକ ଚାଲିଥିବା ବେଳେ ଏନେଇ ଆଲୋଚନା ହୋଇଛି ।

corona fight in north korea, corona update in north korea, politburo meeting in north korea, kim jong un, ଉତ୍ତର କୋରିଆରେ କୋରୋନା ମୁକାବିଲା, ଉତ୍ତର କୋରିଆରେ କୋରୋନା ଅପଡେଟ, ଉତ୍ତର କୋରିଆରେ ପଲିଟବ୍ୟୁରୋ ବୈଠକ, କିମ ଜଙ୍ଗ ଉନ
ଉତ୍ତର କୋରିଆରେ କୋରୋନା ମୁକାବିଲା ପାଇଁ ଆଗଭର କିମ ଜଙ୍ଗ ଉନ
author img

By

Published : Jul 3, 2020, 10:16 PM IST

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ଦେଶରେ କୋରୋନା ନିୟନ୍ତ୍ରଣ ପାଇଁ ନେଇଛନ୍ତି କଡାକଡି ପଦକ୍ଷେପ । ବର୍ତ୍ତମାନ ଦେଶରେ ଶାସକ ଦଳର ପଲିଟବ୍ୟୁରୋ ବୈଠକ ଚାଲିଥିବା ବେଳେ ଏନେଇ ଆଲୋଚନା ହୋଇଛି । ଏହି ଆଲୋଚନାରେ ସେ ସ୍ପଷ୍ଟ କରିଛନ୍ତି କି ସ୍ଥିତି ନିୟନ୍ତ୍ରଣାଧିନ ନହେବା ପୂର୍ବରୁ ଯଦି କଟକଣା କୋହଳ କରାଯାଏ ତେବେ ଦେଶରେ କୋରୋନା ବଡ ବିପତ୍ତି ସୃଷ୍ଟି କରିବ, ସେଥିରେ ସନ୍ଦେହ ନାହିଁ ।

ଗତ 3 ମାସ ମଧ୍ୟରେ ଏହା ଦ୍ବିତୀୟ ପଲିଟବ୍ୟୁରୋ ବୈଠକ, ଯେଉଁଥିରେ କୋରୋନା ମୁକାବିଲା ପାଇଁ ଆଲୋଚନା ହୋଇଛି । ଏହି ବୈଠକର ବାରମ୍ବାର ଦେଶର ସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସେପଟେ ପୋଙ୍ଗୟାଙ୍ଗରେ ଗତ କିଛି ଦିନ ହେବ ଗୋଟିଏ ବି ମାମଲା ଚିହ୍ନଟ ହୋଇନଥିବା ଜଣାପଡିଛି । ତେବେ ଗୁରୁବାର ଆୟୋଜିତ ଏହି ବୈଠକରେ ଅନ୍ତଃକୋରିଆନ ବିବାଦ ନେଇ କୌଣସି ଆଲୋଚନା ହୋଇନଥିବା ଜଣାପଡିଛି ।

ଏହି ଆଲୋଚନାରୁ ସ୍ପଷ୍ଟ ହୋଇଛି କି କିମ୍‌ ବାହ୍ୟ ଶାନ୍ତି ଅପେକ୍ଷା ଦେଶର ଅନ୍ତରୀଣ ଶାନ୍ତି ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏଥିସହ ଦେଶରେ କୋରୋନା ବିରୋଧରେ ମୁକାବିଲା କଡାକଡି କରିଛନ୍ତି । ଏଥିପାଇଁ ଦେଶରେ ସତର୍କ ସୂଚନା ଜାରି କରିବା ସହ ଲୋକଙ୍କୁ ନିଜର ସ୍ବତନ୍ତ୍ର ଯତ୍ନ ନେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.