ଆରପାରିରେ ଫ୍ୟାସନ୍ ଦୁନିଆର ଚର୍ଚ୍ଚିତ ଚେହେରା କାର୍ଲ ଲେଡର୍ଜଫିଲ୍ଡ (85) । କିନ୍ତୁ ଏହାପରେ ମଧ୍ୟ ଖବରର ଶୀର୍ଷରେ ରହିଥିଲା ତାଙ୍କ ମନପସନ୍ଦ ବିଲେଇ ସୁପେତ୍ ।
ଆଜ୍ଞା ହଁ, ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ସୁପେତ୍ ଲେଡର୍ଜଫିଲ୍ଡଙ୍କ ପୋଷା ବିଲେଇ ଅଟେ । ଯାହାକୁ ସେ ଖୁବ୍ ଭଲ ପାଉଥିଲେ । ତେବେ ସେ ତାଙ୍କ ମୃତ୍ୟୁ ପରେ ବିଲେଇ ନାମରେ ସମସ୍ତ ସମ୍ପତ୍ତି କରି ସାରିଛନ୍ତି । ଯଦି ଏପରି ହୁଏ ତେବେ ସୁପୁତ ଦୁନିଆର ସବୁଠାରୁ ଧନୀ ବିଲେଇ ପାଲଟିବ ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ସୁପେତ୍ କୌଣସି ସାଧାରଣ ବିଲେଇ ନୁହେଁ ସେ ନିଜେ ଜଣେ ଫ୍ୟାସନ୍ ଆଇକନ୍ । ଏହି ବିଲେଇ ନାଁ ରେ ଇନଷ୍ଟାଗ୍ରାମରେ ଗୋଟିଏ ପେଜ୍ ମଧ୍ୟ ରହିଛି । ଯେଉଁଠାରେ ଏହି ବିଲେଇର ଅନେକ ଫଲୋଅର୍ସ ରହିଛନ୍ତି । ଏହି ପେଜ୍କୁ ଡିଜିଟାଲ୍ ମାର୍କେଟିଙ୍ଗ୍ ଅକ୍ସପୋର୍ଟ ଏସଲେ ଟୁସିଡିନ୍ ମ୍ୟାନେଜ କରୁଛନ୍ତି ।
କେବଳ ଏତିକି ନୁହେଁ, ସୁପେତ୍ଙ୍କ ଉପରେ ଗୋଟିଏ ପୁସ୍ତକ ମଧ୍ୟ ଲେଖାଯାଇଛି । ଯାହାର ନାମ Choupette- The Private Life of a High-Flying Fashion Cat'। ଏହି ପୁସ୍ତକରେ ସୁପେତ୍ଙ୍କ ଏକ ଚର୍ଚ୍ଚିତ ଫଟୋ ମଡେଲ ଲିନାଙ୍କ ସହ ଦେଖିବାକୁ ମିଳିଥାଏ ।
ତେବେ ଏହି ବିଲେଇକୁ ଲେଡର୍ଜଫିଲ୍ଡ ଏତେ ଭଲ ପାଉଥିଲେ ଯେ, ସେ ଏହାର ରକ୍ଷଣବେକ୍ଷଣ ପାଇଁ ଦୁଇଜଣ ଚାକରାଣୀ ଏବଂ ଜଣେ ବର୍ଡିଗାର୍ଡ ରଖିଥିଲେ ।
ଲେଡର୍ଜଫିଲ୍ଡ ଏହି ବିଲେଇ ପାଇଁ ନିଜର ଭଲପାଇବା ଅନେକ ଥର ସ୍ପଷ୍ଟ କରିଛନ୍ତି । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ, ଯଦି ପଶୁପକ୍ଷୀଙ୍କୁ ବିବାହ କରିବାରେ କୌଣସି ବାଧା ନଥାନ୍ତା ତେବେ ସେ ସୁପେତ୍ଙ୍କୁ ବିବାହ କରିଥାଆନ୍ତେ ।
ଏଠାରେ ସୂଚନାଯୋଗ୍ୟ, କାର୍ଲ ଲେଡର୍ଜଫିଲ୍ଡ ଜର୍ମାନୀର ଜଣେ ପ୍ରଖ୍ୟାତ ମଡେଲ ଥିଲେ। ଏହାସହ ସେ ଏକାଧାରାରେ ନିର୍ଦ୍ଦେଶକ, ଫ୍ୟାସନ୍ ଡିଜାଇନର, ଆଟିଷ୍ଟ ଏବଂ ଫଟୋଗ୍ରାଫର ମଧ୍ୟ ଥିଲେ ।