ETV Bharat / international

ଆଜିଠୁ ଜାପାନରେ ଟୀକାକରଣ; ପ୍ରଥମେ ଟିକା ନେବେ ସ୍ବାସ୍ଥ୍ୟକର୍ମୀ - ଜାପାନରେ ଟୀକାକରଣ

ଯୋଗାଣ ଚିନ୍ତାରେ ଜାପାନରେ ଆରମ୍ଭ ହେଲା ଟୀକାକରଣ । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଅଧିକ ପଢନ୍ତୁ...

ଜାପାନରେ ଆଜି ଠୁ ଟୀକାକରଣ ଆରମ୍ଭ
ଜାପାନରେ ଆଜି ଠୁ ଟୀକାକରଣ ଆରମ୍ଭ
author img

By

Published : Feb 17, 2021, 9:04 AM IST

ଟୋକିଓ: ଜାପାନରେ ଆରମ୍ଭ ହେଲା କୋରୋନା ଟୀକାକରଣ । ଆଜିଠୁ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ସେପଟେ ଟୀକାକରଣରେ ବିଳମ୍ବ କରାଯିବାରୁ ଏଥର ଟୋକିଓ ଅଲମ୍ପିକ ବିଳମ୍ବ ହୋଇଛି । ଜୁଲାଇରେ ଆରମ୍ଭ ହେବ 2020 ଟୋକିଓ ଅଲମ୍ପିକ । ଫଳରେ ଏବେ ଟୀକାକରଣ ଜରୁରୀ ହୋଇପଡିଛି।

ଜାପାନ ସରକାର ପ୍ରଥମେ ଫାଇଜର ଟିକା ବ୍ୟବହାର ଉପରେ ଅନୁମୋଦନ ଦେଇଥିଲେ । ଦେଶରେ ଏହି ଟୀକାକରଣ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା । ୟୁରୋପରେ ଯୋଗାଣ ଅଭାବ ଏବଂ ପ୍ରତିବନ୍ଧକ ହେତୁ ଜାପାନକୁ ଟିକା ଆମଦାନୀ ଓ ଯୋଗାଣରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦେଶର 100ଟି ଡାକ୍ତରଖାନାର ପ୍ରାୟ 40,000 ଡାକ୍ତର ଏବଂ ନର୍ସ ବୁଧବାର ଟିକା ନେବେ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ 10ରୁ ଆରମ୍ଭ ହେବ। ଅନ୍ୟ ସ୍ବାସ୍ଥ୍ୟକର୍ମୀ 7 ସପ୍ତାହ ଧରି ସ୍ବାସ୍ଥ୍ୟ ସର୍ଭେରେ ଅଂଶ ଗ୍ରହଣ କରିବେ ।

ମାର୍ଚ୍ଚରେ 3.7 ନିୟୁତରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ ଇନକ୍ୟୁଲେସନ ଆରମ୍ଭ ହେବ । ଏପ୍ରିଲରୁ 65 ବର୍ଷରୁ ଅଧିକ ବୟସ୍କ ପ୍ରାୟ 36 ନିୟୁତ ଲୋକଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.