ଜେରୁଜେଲମ: 5 ଦିନିଆ ଇସ୍ରାଏଲ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ହେବାପରେ ଏହା ତାଙ୍କର ପ୍ରଥମ ଇସ୍ରାଏଲ ଗସ୍ତ । ଇସ୍ରାଏଲ ବୈଦେଶିକ ମନ୍ତ୍ରୀ, ୟୁଏଇ ଏବଂ ୟୁଏସ ବୈଦେଶିକ ମନ୍ତ୍ରୀଙ୍କ ସହିତ ଅର୍ଥନୈତିକ ଅଭିବୃଦ୍ଧି ବିଶ୍ବସ୍ତରୀୟ ସମସ୍ୟା ନେଇ କରିଥିବା ବୈଠକ ଫଳପ୍ରଦ ହୋଇଛି ବୋଲି କହିଛନ୍ତି ଏସ ଜୟଶଙ୍କର।
ଇସ୍ରାଏଲର ଏପିଏମ ଏବଂ ବୈଦେଶିକ ମନ୍ତ୍ରୀ ୟାର ଲାପିଡ, ୟୁଏଇ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଜାଏଦ ଏବଂ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଏକ ଫଳପ୍ରଦ ବୈଠକ ହୋଇଥିବା ନେଇ ଟ୍ବିଟ କରି କହିଛନ୍ତି ବୈଦେଶିକ ମନ୍ତ୍ରୀ। ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଅଧିକ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଉପରେ ଆଲୋଚନା କରାଯାଇଛି।
ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, ଶକ୍ତି ସହଯୋଗ ସାମୁଦ୍ରିକ ସୁରକ୍ଷା ଏବଂ ସମ୍ପୃକ୍ତ ଅଞ୍ଚଳରେ ଅର୍ଥନୈତିକ ତଥା ରାଜନୈତିକ ସହଯୋଗର ବିସ୍ତାର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ଆମେରିକା ବିଭାଗ ମୁଖପାତ୍ର ନେଡ ପ୍ରାଇସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ଏହି ବୈଠକରେ ଅନୁମତି ନଥିଲା ।
@ANI