ETV Bharat / international

ପୁଣି ପାକିସ୍ତାନକୁ ଧମକ ଦେଲା ଇରାନ

ଏହାପୂର୍ବରୁ ପାକିସ୍ତାନ ଓ ଇରାନ ସୀମାରେ ୨୭ ଇରାନ ରିଭୋଲ୍ୟୁଶନାରୀ ଗାର୍ଡକୁ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦ କରିଥିଲା ଇରାନ । ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ ନକଲେ ପାକିସ୍ତାନ ଚରମ ପରିଣାମ ଭୋଗିବ ବୋଲି ଇରାନ ଚେତାବନୀ ଦେଇଥିଲା ।

author img

By

Published : Feb 24, 2019, 11:32 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ନାଲି ଆଖି ଦେଖାଇଲା ଇରାନ । ପରମାଣୁ ବୋମା ରଖିଛ କିନ୍ତୁ ଆତଙ୍କବାଦୀଙ୍କୁ ବିନାଶ କରି ପାରୁନ ବୋଲି ଇରାନ ସେନାର ଜେନେରାଲ କାସିମ ସୁଲେମାନୀ ପାକକୁ କହିଛନ୍ତି । ଜେନେରାଲ କହିଛନ୍ତି ଯେ ପାକିସ୍ତାନକୁ ସର୍ବଦା ସାହାଯ୍ୟର ହାତ ବଢାଇଛି ଇରାନ । ପାକ୍ ସରକାର କେଉଁ ଦିଗରେ ଅଗ୍ରସର ହେଉଛନ୍ତି ? ସମସ୍ତ ପଡୋଶୀ ଦେଶ ସୀମାରେ ଅସ୍ଥିରତା ଓ ଅଶାନ୍ତିର ବାତାବରଣ ରହିଛି ।

ତେବେ ସେମିତି ବି ଆଉ କୌଣସି ଦେଶ ବର୍ତ୍ତିନି ଯେଉଁ ଦେଶ ସହ ପାକିସ୍ତାନର ଶତ୍ରୁତା ନାହିଁ ବୋଲି କଟାକ୍ଷ କରିଛନ୍ତି ଇରାନ ସେନା ଅଧିକାରୀ । ପାକିସ୍ତାନ ନିକଟରେ ପରମାଣୁ ବୋମା ରହିଛି । କିନ୍ତୁ ନିଜ ଦେଶରୁ ସକ୍ରିୟ ଆତଙ୍କୀ ସଙ୍ଗଠନକୁ ବିନାଶ କରି ପାରୁନି ପାକିସ୍ତାନ । ବିଭିନ୍ନ ଆତଙ୍କୀ ଅପରେଶନରେ ଦେଶର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ପାକ୍ ସେନା କୋଟି କୋଟି ଡଲାର ଆତଙ୍କୀ ସଙ୍ଗଠନକୁ ନ ଯୋଗାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହାପୂର୍ବରୁ ପାକିସ୍ତାନ ଓ ଇରାନ ସୀମାରେ ୨୭ ଇରାନ ରିଭୋଲ୍ୟୁଶନାରୀ ଗାର୍ଡକୁ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦ କରିଥିଲା ଇରାନ । ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ ନକଲେ ପାକିସ୍ତାନ ଚରମ ପରିଣାମ ଭୋଗିବ ବୋଲି ଇରାନ ଚେତାବନୀ ଦେଇଥିଲା । ଏହାସହ ଇରାନ କଡା ଶବ୍ଦରେ ପାକକୁ ଆତଙ୍କବାଦୀ ବିରୋଧରେ ପଦକ୍ଷେପ ନିଅ ନଚେତ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି କହିଥିଲା ।

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.