ETV Bharat / international

ବନ୍ଦୀ ହସ୍ତାନ୍ତର ପରେ ସ୍ଥିର ହେବ ଇଣ୍ଟ୍ରା-ଆଫଗାନ ଆଲୋଚନା ତାରିଖ

ଇଣ୍ଟ୍ରା-ଆଫଗାନ ଆଲୋଚନା କେବେ ଓ କେଉଁ ସ୍ଥାନରେ ଆରମ୍ଭ ହେବ ତାହା କାବୁଲ ସରକାର ଓ ତାଲିବାନ ମଧ୍ୟରେ ସମସ୍ତ ବନ୍ଦୀଙ୍କ ହସ୍ତାନ୍ତର ପ୍ରକ୍ରିୟା ସମାପ୍ତ ପରେ ସ୍ଥିର ହେବା ନେଇ ଜଣା ପଡିଛି । ଏନେଇ ରବିବାର ସୂଚନା ଦେଇଛନ୍ତି ରାଜ୍ୟ ଶାନ୍ତି ମନ୍ତ୍ରଣାଳୟ ।

author img

By

Published : Jun 21, 2020, 10:50 PM IST

intra-afghan discussion, afghanistan-taliban relation, afghanistan-taliban prisoners exchange, ଇଣ୍ଟ୍ରା-ଆଫଗାନ ଆଲୋଚନା, ଆଫଗାନିସ୍ତାନ-ତାଲିବାନ ସମ୍ପର୍କ, ଆଫଗାନିସ୍ତାନ-ତାଲିବାନ ବନ୍ଦୀ ହସ୍ତାନ୍ତର
ବନ୍ଦୀ ହସ୍ତାନ୍ତର ପରେ ସ୍ଥିର ହେବ ଇଣ୍ଟ୍ରା-ଆଫଗାନ ଆଲୋଚନା ତାରିଖ

କାବୁଲ: ଇଣ୍ଟ୍ରା-ଆଫଗାନ ଆଲୋଚନା କେବେ ଓ କେଉଁ ସ୍ଥାନରେ ଆରମ୍ଭ ହେବ ତାହା କାବୁଲ ସରକାର ଓ ତାଲିବାନ ମଧ୍ୟରେ ସମସ୍ତ ବନ୍ଦୀଙ୍କ ହସ୍ତାନ୍ତର ପ୍ରକ୍ରିୟା ସମାପ୍ତ ପରେ ସ୍ଥିର ହେବା ନେଇ ଜଣା ପଡିଛି । ଏନେଇ ରବିବାର ସୂଚନା ଦେଇଛନ୍ତି ରାଜ୍ୟ ଶାନ୍ତି ମନ୍ତ୍ରଣାଳୟ । ଉଭୟ ପକ୍ଷଙ୍କ ମଧ୍ୟରେ ପୂର୍ବ ଆଲୋଚନା ମୁତାବକ ସମସ୍ତ ବନ୍ଦୀଙ୍କ ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ସହ ଜାରି ରହିଥିବା ମୁହାଁମୁହିଁ ପରିସ୍ଥିତିରେ ସୁଧାର ଆସିବା ପରେ ହିଁ ଇଣ୍ଟ୍ରା-ଆଫଗାନ ଆଲୋଚନା ବିଷୟରେ ସ୍ଥିର ହେବ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟର ମୁଖପାତ୍ର ନାଜିଆ ଅନୱାରି କହିଛନ୍ତି ।

ହେଲେ କାବୁଲରେ ଥିବା ପୂର୍ବତନ ତାଲିବାନ ନେତା ଜଲାଲୁଦ୍ଦିନ ଶିନୱାରୀ ଏନେଇ କହିଛନ୍ତି କି ଇଣ୍ଟ୍ରା-ଆଫଗାନ ଆଲୋଚନାରେ ବିଳମ୍ବର କାରଣ ହେଉଛି ଉଭୟ ଦେଶ ମଧ୍ୟରେ ଅବିଶ୍ବାସର ସୂତ୍ରପାତ । ଆଫଗାନିସ୍ତାନର ଇସଲାମିକ ରିପବ୍ଲିକ ସରକାର ଓ ତାଲିବାନ ମଧ୍ୟରେ ଏହି ଅବିଶ୍ବାସ ସୃ୍ଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିରେ ସୁଧାର ପାଇଁ ତାଲିବାନ ପକ୍ଷରୁ ହିଂସାରେ ସଂଯମତା ଦେଖାଦେଇଥିବା ବେଳେ ଅନ୍ୟପଟେ ଆଫଗାନ ନ୍ୟାସନାଲ ସିକ୍ୟୁରିଟି ଓ ଡିଫେନ୍ସ ଫୋର୍ସ(ଏଏନଡିଏସଏଫ) ଓ ତାଲିବାନ ସେନା ମଧ୍ୟରେ ମରଣାନ୍ତକ ଆକ୍ରମଣ ଜାରି ରହିଛି ।

ସଦ୍ୟତମ ସୂଚନା ଅନୁଯାୟୀ ହେମଲାଣ୍ଡ ହୋଇଥିବା ତାଲିବାନୀ ଆକ୍ରମଣରେ ଆଫଗାନ ସିକ୍ୟୁରିଟି ଫୋର୍ସର ଦୁଇ ଜଣ କମାଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଛି । ଏଥିରେ 9 ଜଣ ତାଲିବାନୀ ଆକ୍ରମଣକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.