ETV Bharat / international

ନଭେମ୍ବର 26ରୁ ନେପାଳ ଗସ୍ତରେ ବୈଦେଶିକ ସଚିବ

ନେପାଳ ଗସ୍ତରେ ନଭେମ୍ବର 26ରୁ ଯିବେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ଅଧିକ ପଢନ୍ତୁ...

ବୈଦେଶିକ ସଚିବ
ବୈଦେଶିକ ସଚିବ
author img

By

Published : Nov 23, 2020, 4:04 PM IST

ନୂଆଦିଲ୍ଲୀ: ନେପାଳ ଗସ୍ତରେ ଯିବେ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ନଭେମ୍ବର 26ରେ କାଠମାଣ୍ଡୁ ଗସ୍ତରେ ସେ ଯିବେ ବୋଲି ସୋମବାର ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନଭେମ୍ବର 26-27 ତାରିଖ ଦୁଇ ଦିନିଆ କାଠମାଣ୍ଡୁ ଗସ୍ତରେ ବୈଦେଶିକ ସଚିବ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ଭାରତ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ତେବେ ଏହି ଗସ୍ତରେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି ।

ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପାରମ୍ପାରିକ ଭାବେ ଚାଲିଆସୁଥିବା ଉଚ୍ଚସ୍ତରୀୟ ଆଲୋଚନାର ଏକ ଅଂଶ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ଗସ୍ତ ଭାରତ ସହିତ ତାର ପଡୋଶୀ ରାଷ୍ଟ୍ର ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ମଧ୍ୟ ମନ୍ତ୍ରଣାଳୟ କହିଛି ।

ତେବେ ଶ୍ରୀଙ୍ଗଲଙ୍କ କାଠମାଣ୍ଡୁ ଗସ୍ତ ପୂର୍ବରୁ ସେ ଲଗାତାର ଦୁଇ ଥର ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଓ ର’ ମୁଖ୍ୟ ସହିତ ଆଲୋଚନା କରିଥିବା ଜଣାପଡିଛି । ଯାହା ତାଙ୍କର ଏହି ଗସ୍ତକୁ ଅଧିକ ରୋଚକ କରିଛି ।

ଗସ୍ତ ସମୟରେ ସେ ନେପାଳ ପ୍ରତିପକ୍ଷ ଓ ଅନ୍ୟାନ୍ୟ ସଚିବଙ୍କ ସହିତ ଆଲୋଚନା କରିବେ । ଯାହା ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ବୋଲି ଏମଇଏ(ବୈଦେଶିକ ମନ୍ତ୍ରଣାଳୟ) କହିଛି । ତେବେ ଶ୍ରୀଙ୍ଗଲ ବୈଦେଶିକ ସଚିବ ହେବା ପରେ ଏହା ତାଙ୍କର ପ୍ରଥମ ନେପାଳ ଗସ୍ତ ହୋଇଥିବା ଜଣାପଡିଛି ।

ତେବେ କାଠମାଣ୍ଡୁରେ ବୈଦେଶିକ ସଚିବ ପହଞ୍ଚିବା ପରେ ନେପାଳ ପ୍ରତିପକ୍ଷଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.