ETV Bharat / international

ପଶୁପତିନାଥ ମନ୍ଦିରର ସ୍ବଚ୍ଛତା ବ୍ୟବସ୍ଥାରେ ସହଯୋଗ କରିବ ଭାରତ

ନେପାଳ ସରକାରଙ୍କ ସହ ମିଶି କାଠମାଣ୍ଡୁ ମେଟ୍ରୋପୋଲିଟାନ୍ ସିଟି ଏହାର ନିର୍ମାଣ କରିବେ । ଗତବର୍ଷ ଅକ୍ଟୋବରରେ ପଶୁପତିନାଥ ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ଭାରତକୁ ପ୍ରସ୍ତାବ ଦିଆଯାଇଥିଲା । ଅଧିକ ପଢନ୍ତୁ...

ପଶୁପତିନାଥ ମନ୍ଦିରର ସ୍ବଚ୍ଛତା ବ୍ୟବସ୍ଥାରେ ସହଯୋଗ କରିବ ଭାରତ
ପଶୁପତିନାଥ ମନ୍ଦିରର ସ୍ବଚ୍ଛତା ବ୍ୟବସ୍ଥାରେ ସହଯୋଗ କରିବ ଭାରତ
author img

By

Published : Jun 16, 2020, 4:57 AM IST

କାଠମାଣ୍ଡୁ: ସୀମା ବିବାଦ ଭିତରେ ଭାରତ-ନେପାଳ ମଧ୍ୟରେ ଏକ ଉତ୍ତମ କାର୍ଯ୍ୟ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି । କାଠମାଣ୍ଡୁର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଏକ ସଫେଇ ବ୍ୟବସ୍ଥା ପାଇଁ ଭାରତ ସହଯୋଗ କରିବ । ଏନେଇ ସୋମବାର ଉଭୟ ଦେଶ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ଏହି ଚୁକ୍ତି ଅନୁସାରେ ଭାରତ ଏହି ବ୍ୟବସ୍ଥା ପାଇଁ 37.23 ମିଲିୟନ ନେପାଳୀ ଟଙ୍କା ଆର୍ଥିକ ସହାୟତା ଭାବେ ପ୍ରଦାନ କରିବ । ଭାରତୀୟ ଦୂତାବାସ, ଫେଡେରାଲ ବ୍ୟାପାର ଓ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ଏବଂ କାଠମାଣ୍ଡୁ ମେଟ୍ରୋପୋଲିଟାନ୍ ସିଟି ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ନେପାଳ-ଭାରତ ମୈତ୍ରୀ ବିକାଶ ପାର୍ଟନରସିପ୍ ଫଣ୍ଡରୁ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଭାରତ ସରକାରଙ୍କ ଦ୍ବାରା କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ନେପାଳ ସରକାରଙ୍କ ସହ ମିଶି କାଠମାଣ୍ଡୁ ମେଟ୍ରୋପୋଲିଟାନ୍ ସିଟି ଏହାର ନିର୍ମାଣ କରିବେ । ଗତବର୍ଷ ଅକ୍ଟୋବରରେ ପଶୁପତିନାଥ ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ଭାରତକୁ ପ୍ରସ୍ତାବ ଦିଆଯାଇଥିଲା । ମନ୍ଦିରକୁ ଆସୁଥିବା ସମସ୍ତ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଏହି ସଫେଇ ଏବଂ ସ୍ବଚ୍ଛତା ବ୍ୟବସ୍ଥା ନିର୍ମାଣ କରାଯିବ ବୋଲି ସୂଚନା ରହିଛି । ସର୍ବସାଧାରଣଙ୍କ ପାଇଁ ଉନ୍ନତମାନର ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଆଗାମୀ 15 ମାସ ଭିତରେ ଏହାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି ।

ପ୍ରକାଶ ଥାଉ କି ଲକଡାଉନ ଯୋଗୁଁ ବର୍ତ୍ତମାନ ମନ୍ଦିର ବନ୍ଦ ରହିଛି । ନେପାଳର ଏହା ସବୁଠାରୁ ବୃହତ୍ତ ମନ୍ଦିର ଯେଉଁଠାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ହୋଇଥାଏ । 1979ରୁ ପଶୁପତିନାଥ ମନ୍ଦିର ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟର ସ୍ବୀକୃତି ପାଇଛି । ଏଠାକୁ ଭାରତରୁ ଅନେକ ଲୋକ ଦର୍ଶନ ପାଇଁ ଯାତ୍ରା କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.