ETV Bharat / international

ଡାକ୍ତରଙ୍କ ଫାଜିଲାମି, ମରଣମୁହଁରେ 90 ଜୀବନ

ଭଗବାନଙ୍କ ପରେ ଦ୍ବିତୀୟ ଭଗବାନ ହେଉଛନ୍ତି ଡାକ୍ତର । ଆମର କୌଣସି ରୋଗ ହେଲେ ଆମେ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ କରିଥାଉ, କି ଆମେ ଠିକ ହୋଇଯିବୁ । କିନ୍ତୁ ସେହି ଡାକ୍ତର ଯଦି ମୃତ୍ୟୁର ଦାନବ ସାଜନ୍ତି ତେବେ...

author img

By

Published : May 4, 2019, 7:02 PM IST

ପ୍ରତିକାତ୍ମକ ଫଟୋ

କରାଚୀ: ଡାକ୍ତରଙ୍କ ବେପରୁଆ ମନୋଭାବ । ରୋଗୀଙ୍କୁ ଲଗାଇଲେ ସଂକ୍ରମିତ ସିରିଞ୍ଜରେ ଇଞ୍ଜେକସନ । ଫଳରେ 95ରୁ ଊର୍ଦ୍ଧ୍ବ ରୋଗୀଙ୍କ ରକ୍ତରେ ଏଚଆଇଭି ପଜେଟିଭ ଭୂତାଣୁ ଚିହ୍ନଟ କରାଯାଇଛି । ଏଭଳି ଘଟଣା ଘଟିଛି ପାକିସ୍ତାନରେ ।

ସୂଚନାନୂଯାୟୀ, ପାକିସ୍ତାନରେ ଜଣେ ଡାକ୍ତର ସଂକ୍ରମିତ ସିରିଞ୍ଜରେ ଇଞ୍ଜେକସନ ଦେବା ଫଳରେ 65 ଜଣ ଶିଶୁଙ୍କ ସମେତ 90 ଜଣ ଏଚଆଇଭିରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଜଣେ ସରକାରୀ ଅଧିକାରୀ ।

ଲରକାନା ସହର ପୋଲିସ ଚିଫ କାମନାର ନବାଜଙ୍କ କହିବା ଅନୁସାରେ, ସ୍ବାସ୍ଥ୍ୟ ବିଭାଗର ଅଭିଯୋଗ କ୍ରମେ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଛୁ । ଏହାସହ ଅଭିଯୁକ୍ତ ଡାକ୍ତର ମଧ୍ୟ ଏଚଆଇଭି ପୀଡିତ ବୋଲି ବୋଲି ସୂଚନା ମିଳିଛି । ତେବେ ପ୍ରଥମେ 18 ଜଣ ପିଲାଙ୍କ ରକ୍ତରେ ଏଚଆଇଭି ପଜେଟିଭ ଭୂତାଣୁ ଚିହ୍ନଟ ହେବା ପରେ ଅଞ୍ଚଳରେ ଚହଳ ପଡିଯାଇଥିଲା । ଏହାପରେ ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଯେତବେଳେ ପିଲାଙ୍କ ରକ୍ତରେ ଏଚଆଇଭି ଭୂତାଣୁ ଥିବା ଜଣାପଡିଥିଲା ସଙ୍ଗେ ସଙ୍ଗେ ତାଙ୍କ ପିତାମାତାଙ୍କର ମଧ୍ୟ ରକ୍ତ ପରୀକ୍ଷା କରାଯାଇଥିଲା । କିନ୍ତୁ ସେମାନଙ୍କ ରକ୍ତ ନମୂନାରେ ଏଚଆଇଭି ଭୂତାଣୁ ମିଳିନଥିଲା । ଏହି ଘଟଣାପରେ ବ୍ୟାପକ ଭାବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.