ETV Bharat / international

ପାକିସ୍ତାନରେ ହିଜବୁଲ୍ ମୁଖିଆ ସଲାହୁଦ୍ଦିନକୁ ମରଣାନ୍ତକ ଆକ୍ରମଣ

ହିଜ୍‌ବୁଲ୍‌ ମୁଜାହିଦ୍ଦିନର ମୁଖିଆ ସୟେଦ୍‌ ସଲାହୁଦ୍ଦିନ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନ ରାଜଧାନୀ ଇସଲାମାବାଦରେ ସଲାହୁଦ୍ଦିନକୁ ହତ୍ୟା ଉଦ୍ୟମ କରାଯାଇଥିଲା । ମେ 25 ତାରିଖରେ ଏହି ଆକ୍ରମଣରେ ଆତଙ୍କୀ ଆକ୍କା ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

author img

By

Published : May 29, 2020, 4:27 PM IST

islamabad
islamabad

ଇସଲାମାବାଦ: ହିଜ୍‌ବୁଲ୍‌ ମୁଜାହିଦ୍ଦିନର ମୁଖିଆ ସୟେଦ୍‌ ସଲାହୁଦ୍ଦିନକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନ ରାଜଧାନୀ ଇସଲାମାବାଦରେ ସଲାହୁଦ୍ଦିନକୁ ହତ୍ୟା ଉଦ୍ୟମ କରାଯାଇଥିଲା । ମେ 25 ତାରିଖରେ ଏହି ଆକ୍ରମଣରେ ଆତଙ୍କୀ ଆକ୍କା ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ଏହି ଆକ୍ରମଣର ଷଡଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ ଗତ କିଛି ଦିନ ହେବ ଆଇଏସଆଇ ସଲାହୁଦ୍ଦିନଙ୍କ ଉପରେ କୌଣସି କାରଣରୁ ମତଭେଦ ହୋଇଥିଲା ।

ବର୍ତ୍ତମାନ, ସଲାହୁଦ୍ଦିନଙ୍କ ସ୍ବାସ୍ଥ୍ୟ ବିଷୟରେ ଅଧିକ ସୂଚନା ନାହିଁ | ସୂତ୍ରରୁ ଜଣାପଡିଛି ଯେ ଏହି ଆକ୍ରମଣର ସିଧାସଳଖ ସଂଯୋଗ ଆଇଏସଆଇ ଏବଂ ସଲାହୁଦ୍ଦିନ ମଧ୍ୟରେ ଚାଲିଥିବା ବିବାଦରୁ ଆସିଛି।

ସୂତ୍ରରୁ ପ୍ରକାଶ ଯେ ହିଜବୁଲ୍ ମୁଜାହିଦ୍ଦିନକୁ ଆଇଏସଆଇ ସହାୟତା ମିଳୁନଥିବାରୁ ସଲାହୁଦ୍ଦିନ ଅସନ୍ତୁଷ୍ଟ ଥିଲା । ହିଜବୁଲ୍ ଆତଙ୍କବାଦୀଙ୍କ ତାଲିମ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ମଧ୍ୟ ଆଇଏସଆଇ ସହାୟତା କରୁନଥିବା ରିପୋର୍ଟ ରହିଛି । ଫଳରେ ସଲାହୁଦ୍ଦିନ ଓ ଆଇଏସଆଇ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା । ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ହିଜବୁଲ କମାଣ୍ଡର ରିୟାଜ ନାଇକୁଙ୍କ ହତ୍ୟାରେ ସଲାହୁଦ୍ଦିନ ଦୁଃଖିତ ଥିଲେ ଏବଂ ପାକିସ୍ତାନୀ ଏଜେନ୍ସିର କାର୍ଯ୍ୟକଳାପ ଉପରେ ଖପ୍ପା ଥିଲା ।

ସୟଦ ସଲାହୁଦ୍ଦିନ ଆତଙ୍କବାଦୀ ସଂଗଠନର ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ । ସଲାହୁଦ୍ଦିନ ୟୁନାଇଟେଡ୍ ଜିହାଦ୍ ପରିଷଦର ଚେୟାରମ୍ୟାନ୍ ମଧ୍ୟ ରହିଛି । 18 ଫେବୃଆରୀ 1946 ରେ ଜାମ୍ମୁ କାଶ୍ମୀରର ବୁଦ୍ଧଗାମରେ ଜନ୍ମଗ୍ରହଣ କରିଥିଲe ସଲାହୁଦ୍ଦିନ | ପଠାନକୋଟ ଏୟାରବେସରେ ଆତଙ୍କବାଦୀ ଆକ୍ରମଣରେ ସଲାହୁଦ୍ଦିନଙ୍କ ହାତ ରହିଥିଲା । ଆମେରିକା ସଲାହୁଦ୍ଦିନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.