ETV Bharat / international

ପାକିସ୍ତାନରେ ହିନ୍ଦୁ ବ୍ୟବସାୟୀକୁ ଗୁଳିକରି ହତ୍ୟା

ପାକିସ୍ତାନରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ଆତତାୟୀମାନେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ପାକିସ୍ତାନରେ ହିନ୍ଦୁ ବ୍ୟବସାୟୀକୁ ଗୁଳିକରି ହତ୍ୟା, ଜାତୀୟ ରାଜପଥରେ ଉତ୍ତେଜନା

author img

By

Published : Feb 2, 2022, 9:33 AM IST

ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ଆତତାୟୀମାନେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଘୋଟକି ଜିଲ୍ଲା ଅନ୍ତର୍ଗତ ଦହର୍କି ସହରରେ ସୋମବାର ରାତିରେ ଘଟିଛି ଏହି ଘଟଣା । ମୃତ ବ୍ୟବସାୟୀଜଣକ ନାମ ସତନ୍‌ ଲାଲ୍‌ ବୋଲି ସୂଚନା ରହିଛି ।

ପାକିସ୍ତାନରେ ସଂଖ୍ୟଲଘୁମାନେ ଅସୁରକ୍ଷିତ ଥିବା ବେଳେ ଏହି ଆକ୍ରମଣ ହେଉଛି ସଦ୍ୟତମ ଘଟଣା । ଲାଲ୍‌ଙ୍କ ବନ୍ଧୁ ମୁଖି ଅନୀଲ୍‌ କୁମାରଙ୍କ କହିବା ଅନୁଯାୟୀ, ଲାଲ୍‌ଙ୍କ ଜମିରେ ଗୋଟାଏ ତୁଳା କାରଖାନା ଏବଂ ଅଟାକଳ ଉଦ୍‌ଘାଟନ ହେଉଥିଲା । ହେଲେ କେତେକ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କିଛି ମାସ ତଳେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ସତନ୍‌ ଲାଲ୍‌ କହିଥିଲେ, ସେମାନେ ମତେ ମାରି, ହାତଗୋଡ଼ ହାଣି ଦେବେ ବୋଲି ଧମକାଉଛନ୍ତି । ସେମାନେ ମତେ ପାକିସ୍ତାନ ଛାଡ଼ି ଚାଲିଯିବାକୁ ଧମକ ଦେଉଛନ୍ତି ।

ସେହିପରି ଜାନୁଆରୀ ୪ରେ ସୁନିଲ କୁମାର ନାମକ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ପାକିସ୍ତାନର ସିନ୍ଧ ଅଞ୍ଚଳ ଅଞ୍ଜ ମଣ୍ଡି ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଗତ ଜାନୁଆରୀ ୩୦ରେ ଜଣେ ଖ୍ରୀଷ୍ଟିଆନ ପୂଜାରିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିଲେ ।

ନ୍ୟୁଜ୍ ଏଜେନ୍ସି ANIର ଏକ ରିପୋର୍ଟ ଅନୁଯାୟୀ, ବ୍ୟବସାୟୀଙ୍କ ହତ୍ୟା ପରେ ସହରରେ ଉତ୍ତେଜନା ଲାଗିରହିଛି । ପ୍ରତିବାଦ ସ୍ବରୂପ ମଙ୍ଗଳବାର ଦିନ ବହୁସଂଖ୍ୟକ ପ୍ରତିବାଦକାରୀ ଜାତୀୟ ରାଜପଥ ଅବରୋଧ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.