ETV Bharat / international

ଦକ୍ଷିଣ କୋରିଆରେ ସ୍କୁଲ ଫେରିବେ ଉଚ୍ଚ ପ୍ରାଥମିକ ବିଦ୍ୟାର୍ଥୀ - ଦକ୍ଷିଣ କୋରିଆରେ ଖୋଲିବ ସ୍କୁଲ

କୋରୋନା ସଂକ୍ରମଣର ପ୍ରଭାବ ଯୋଗୁଁ ଅନେକ ଦିନର ଅପେକ୍ଷା ପରେ ବୁଧବାର ଖୋଲିବାକୁ ଯାଉଛି ଦକ୍ଷିଣ କୋରିଆର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏନେଇ ବୁଧବାରଠାରୁ ସ୍କୁଲକୁ ଫେରିବେ ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀ ।

corona in south korea, schools to reopen in south korea, corona update, ଦକ୍ଷିଣ କୋରିଆରେ କୋରୋନା,  ଦକ୍ଷିଣ କୋରିଆରେ ଖୋଲିବ ସ୍କୁଲ, କୋରୋନା ଅପଡେଟ
ଦକ୍ଷିଣ କୋରିଆରେ ସ୍କୁଲ ଫେରିବେ ଉଚ୍ଚ ପ୍ରାଥମିକ ବିଦ୍ୟାର୍ଥୀ
author img

By

Published : May 19, 2020, 11:52 PM IST

ସିଓଲ: କୋରୋନା ସଂକ୍ରମଣର ପ୍ରଭାବ ଯୋଗୁଁ ଅନେକ ଦିନର ଅପେକ୍ଷା ପରେ ବୁଧବାର ଖୋଲିବାକୁ ଯାଉଛି ଦକ୍ଷିଣ କୋରିଆର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏନେଇ ବୁଧବାରଠାରୁ ସ୍କୁଲକୁ ଫେରିବେ ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀ । ଦେଶରେ କୋରୋନା ସ୍ଥିତି ବର୍ତ୍ତମାନ ସାମାନ୍ୟ ନିୟନ୍ତ୍ରଣ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ 2ରେ ଏହା ଖୋଲିବାର ପ୍ରଥମେ ନିଷ୍ପତ୍ତି ହୋଇଥିବା ବେଳେ ଏହାର 79 ଦିନ ପରେ ପୁଣି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ।

ଏହା ପୂର୍ବରୁ 5 ଥର ସ୍କୁଲ ଖୋଲିବାର ନିଷ୍ପତ୍ତି ହୋଇଥିଲେ ହେଁ କୋରୋନା ବିପତ୍ତି ପାଇଁ ଖୋଲି ପାରିନଥିଲା । ହେଲେ ବର୍ତ୍ତମାନ ସ୍କୁଲ ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ଶିକ୍ଷା ବିଭାଗ ସୂଚନା ଦେଇଛି । ହେଲେ ଏହା ଭିତରେ ପିଲାମାନଙ୍କ ପାଠପଢା ଜାରି ରଖିବା ପାଇଁ ଏପ୍ରିଲ 9ରୁ ଅନଲାଇନ କ୍ଲାସ ଆରମ୍ଭ ହୋଇଥିଲା । ହେଲେ ହାଇ ସ୍କୁଲ ବା ଉଚ୍ଚ ପ୍ରାଥମିକ ବିଦ୍ୟାର୍ଥୀଙ୍କ ପାଇଁ ବର୍ତ୍ତମାନ ଶ୍ରେଣୀ ଗୃହର ଆବଶ୍ୟକତା ସବୁଠାରୁ ଅଧିକ ରହିଛି । କାରଣ ଆସନ୍ତା ସେପ୍ଟେମ୍ବରରେ ଆରମ୍ଭ ହେବ ବିଭିନ୍ନ ଟପ ୟୁନିଭର୍ସିଟିର ପ୍ରବେଶିକା ପରୀକ୍ଷା ।

ଏସମସ୍ତ କଥାକୁ ନଜରରେ ରଖି ବୁଧବାରଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାର୍ଥୀମାନେ ସ୍କୁଲକୁ ଫେରିବାର ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେପଟେ ଆବଶ୍ୟକସ୍ଥଳେ ପ୍ରବେଶିକା ପରୀକ୍ଷା ସବୁ ଆହୁରି ଏକମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ ବୋଲି କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.