ETV Bharat / international

ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ ଆତଙ୍କବାଦୀ - ତାଲିବାନ ଆତଙ୍କବାଦୀ

ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମୁଖ୍ୟ ମିଡିଆ ପରାମର୍ଶଦାତାଙ୍କୁ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ । ଅଧିକ ପଢନ୍ତୁ...

ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ ଆତଙ୍କବାଦୀ

author img

By

Published : Aug 6, 2021, 6:03 PM IST

କାବୁଲ: ଆଫଗାନିସ୍ତାନରେ କାୟା ବିସ୍ତାର କରୁଛି ତାଲିବାନ ଆତଙ୍କବାଦ । ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମୁଖ୍ୟ ମିଡିଆ ପରାମର୍ଶଦାତାଙ୍କୁ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ । ଦାୱା ଖାନ ଥିଲେ ଆଫଗାନିସ୍ତାନ ସରକାରଙ୍କ ମିଡିଆ ଓ ସୂଚନା କେନ୍ଦ୍ର ମୁଖ୍ୟ ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ଦୱା ଖାନ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନୀଙ୍କ ଆଉଟରିଚ୍‌ ଟିମ୍‌ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମଙ୍ଗଳବାର ମୈଦାନ ୱରଦାକ ପ୍ରାନ୍ତ ସୈୟଦ ଅବାଦ ଜିଲ୍ଲାର ଗଭର୍ଣ୍ଣରଙ୍କୁ ମଧ୍ୟ କାବୁଲରେ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ ।

ଆଫଗାନିସ୍ତାନରେ ତାଲିବାନର ନୃଶଂସତା ବଢିଚାଲିଛି । ଆତଙ୍କବାଦୀମାନେ କ୍ରମାଗତ ଭାବରେ ସରକାର ଓ ସରକାରୀ ଅଧିକାରୀ ଓ ସରକାରୀ ସମର୍ଥକଙ୍କୁ ଟାର୍ଗେଟ କରିଚାଲିଛନ୍ତି । ଆଫଗାନିସ୍ତାନରୁ ଆମେରିକାର ପାଦ ହଟିବା ପରେ ତାଲିବାନ କବଜାକୁ ଆସିଯାଇଛି ଏହି ଦେଶ ।

ଦୀର୍ଘ ୨୦ ବର୍ଷ ପରେ ଆମେରିକା ନିଜ ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିନେଇଛି । ଆଫଗାନିସ୍ତାନରେ ତାଲିବାନ ଏବେ ସରକାରଙ୍କ ପାଇଁ ବିପଦ ହୋଇ ଛିଡା ହୋଇଛି । ଆଫଗାନିସ୍ତାନର ବିଭିନ୍ନ ସହରରେ ରହିଛି ତାଲିବାନର କବଜା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.