କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଖେଳାଇବାରେ ଲାଗିଛି । ଏହି ସମୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଗତକାଲି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ତାଲିବାନଙ୍କୁ ସମର୍ଥନ କରୁଥିବା ଖବର ଆସିଥିଲା । ଆଜି(ରବିବାର) ତାଲିବାନୀଙ୍କ ସହିତ ହାଶମତ ଘନିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଉକ୍ତ ଖବରକୁ ସ୍ପଷ୍ଟ କରିଛି । ଏହା ପରେ ମୁହଁ ଖୋଲିଛନ୍ତି ହାଶମତ ।
-
taliban are well capable of brining security but running a functional government require the input and collaboration of younger educated afghans .the so called expired politicians should be sidelined completely so failed experience of coalition government is not repeated
— Hashmat Ghani (@GhaniHashmat) August 21, 2021 " class="align-text-top noRightClick twitterSection" data="
">taliban are well capable of brining security but running a functional government require the input and collaboration of younger educated afghans .the so called expired politicians should be sidelined completely so failed experience of coalition government is not repeated
— Hashmat Ghani (@GhaniHashmat) August 21, 2021taliban are well capable of brining security but running a functional government require the input and collaboration of younger educated afghans .the so called expired politicians should be sidelined completely so failed experience of coalition government is not repeated
— Hashmat Ghani (@GhaniHashmat) August 21, 2021
ଭାଇରାଲ ହେଉଥିବା ଭିଡିଓରେ ଅଶରଫ ଘନିଙ୍କ ଭାଇ ହାଶମତ ଘନି ତାଲିବାନୀ ନେତାଙ୍କ ସହିତ ହାତ ମିଶାଉ ଥିବା ଦେଖିବାକୁ ମିଳିଛି । ଫଟୋଟିରୁ ସ୍ପଷ୍ଟ ଯେ ତାଲିବାନକୁ ହାଶମତ ଘନି ସମର୍ଥନ କରୁଛନ୍ତି । ତାଲିବାନୀଙ୍କୁ ସମର୍ଥନ କରୁଥିବା ଖବର ସମ୍ନାକୁ ଆସିବା ପରେ କୁଚିସର ଗ୍ରାଣ୍ଡ କାଉନସିଲର ମୁଖ୍ୟ ତଥା କାବୁଲ ସ୍ଥିତ ଘନି ଗ୍ରୁପ୍ର ଚେୟାରମ୍ୟାନ୍ ହାଶମତ ଘନି ଟ୍ବିଟ କରି କହିଛନ୍ତି ଆମକୁ ତାଲିବାନଙ୍କୁ ଗ୍ରହଣ କରିବାକୁ ପଡିବ ।
ଆଉ ଏକ ଟ୍ବିଟରେ ହାଶମତ କହିଛନ୍ତି ସୁରକ୍ଷା ଆଣିବାରେ ତାଲିବାନ ସକ୍ଷମ । ସେ ଆହୁରି କହିଛନ୍ତି, ସରକାର ଚଳାଇବା ପାଇଁ ଶିକ୍ଷିତ ଯୁବଗୋଷ୍ଠୀଙ୍କ ସହଯୋଗ ଆବଶ୍ୟକ । ଗତକାଲି(ଶନିବାର) ତାଲିବାନ ନେତା ଖଲିଲ-ଉର-ରେହମାନ ଏବଂ ଧାର୍ମିକ ପଣ୍ଡିତ ମୁଫତି ମହମୁଦ ଜାକିରଙ୍କ ସହ ହାଶମତ ଘନିଙ୍କୁ ଫଟୋରେ ଦେଖିବାକୁ ମିଳିଛି । ତେବେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ବରେ ତାଲିବାନର ଆଗାମୀ ରଣନୀତି ଓ ସରକାର ଗଠନ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ।
ରବିବାର ତାଲିବାନ ଆତଙ୍କୀ ରାଜଧାନୀ କାବୁଲକୁ ସମ୍ପୂର୍ଣ୍ଣ କବ୍ଜା କରିନେବା ପରେ ରାଷ୍ଟ୍ରପତି ଅସରଫ ଘନୀ ସପରିବାର ଓ ଅନ୍ୟ କିଛି ସହଯୋଗୀଙ୍କ ସହିତ ଦେଶ ଛାଡି ପଳାଇଥିଲେ । ପ୍ରଥମେ ସେ ତାଜିକିସ୍ଥାନ ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏକ ଭିଡିଓ ବାର୍ତ୍ତାରେ ସେ ୟୁଏଇରେ ଆଶ୍ରୟ ନେଇଥିବା ସ୍ପଷ୍ଟ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭ ଭାରତ