ETV Bharat / international

ଚୀନକୁ ଡରାଉଛି ଜୈଶ-ଇ-ମହମ୍ମଦ ! - Pakistan

ଚୀନକୁ ଲାଗୁଛି ଜୈଶ ପାକିସ୍ତାନ-ଚୀନର ଆର୍ଥିକ କୋରିଡର(ସିପିଇସି)କୁ କରିପାରେ ଟାର୍ଗେଟ । କାରଣ ପୁଲୱାମା ଆକ୍ରମଣ ପରେ ଜାତିସଂଘର ସୁରକ୍ଷା ପରିଷଦରେ ସିଧାସଳଖ ଜୈଶର ନାଁ ନେଇ ନିନ୍ଦା କରାଯାଇଥିଲା । ଏହି ନିନ୍ଦା ଉପରେ ଚୀନ କୌଣସି ଆପତ୍ତି କରି ନଥିଲା ।

ଡିଜାଇନ ଫଟୋ
author img

By

Published : Mar 8, 2019, 10:47 PM IST

ନୂଆଦିଲ୍ଲୀ: ଡ୍ରାଗନକୁ ଡରାଇଲାଣି ଜୈଶ-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନ । ମାସୁଦ ଆଜହରକୁ ନେଇ ଚୀନର ବ୍ୟବହାରରେ ଆସିଛି ପରିବର୍ତ୍ତନ । ଫଳରେ ଚୀନକୁ ଲାଗୁଛି ଜୈଶ ପାକିସ୍ତାନ-ଚୀନର ଆର୍ଥିକ କୋରିଡର(ସିପିଇସି)କୁ କରିପାରେ ଟାର୍ଗେଟ । ଏହି ସିପିଇସି ପ୍ରଜେକ୍ଟ ପାକ ଅଧିକୃତ କଶ୍ମୀରରେ ଅବସ୍ଥିତ ।

ପୁଲୱାମା ଆକ୍ରମଣ ପରେ ଜାତିସଂଘର ସୁରକ୍ଷା ପରିଷଦରେ ସିଧାସଳଖ ଜୈଶର ନାଁ ନେଇ ନିନ୍ଦା କରାଯାଇଥିଲା । ଏହା ପରେ ଚୀନ ଉପରେ ଚାପ ବଢିଛି । କାରଣ ଏହାପୂର୍ବରୁ ଯେତେଥର ମାସୁଦ ଆଜହରକୁ ବିଶ୍ବର ପ୍ରତିବନ୍ଧିତ ଆତଙ୍କୀ ତାଲିକାରେ ସାମିଲ କରିବାକୁ ପ୍ରୟାସ କରାଯାଇଛି । ଚୀନ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । କିନ୍ତୁ ବର୍ତ୍ତମାନ ଚୀନ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣି ମାସୁଦକୁ ଆତଙ୍କୀ ଘୋଷଣା କଲେ ସେଥିରେ ବାଧା ନ ଦେବାକୁ ସ୍ଥିର କରିଛି ।

ଭାରତ ମାସୁଦକୁ ବହୁଥର ଗ୍ଲୋବାଲ ଟେରୋରିଷ୍ଟ ଭାବେ ଷୋଘଣା କରାଇବାକୁ ପ୍ରଚେଷ୍ଟା କରିଛି । କିନ୍ତୁ ଚୀନ ପ୍ରତିଥର ନିଜ ଭିଟୋ ପାୱାର ପ୍ରୟୋଗ କରି ଏହା ହେବାକୁ ଦେଇ ନାହିଁ । ଏଥର ସୁରକ୍ଷା ପରିଷଦରେ ଜୈଶକୁ ନେଇ କରାଯାଇଥିବା ନିନ୍ଦା ଉପରେ ଚୀନ କୌଣସି ଆପତ୍ତି କରି ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.