ETV Bharat / international

ପଞ୍ଜଶୀରରେ ଶୁଭୁନି ଗୁଳିର ଗର୍ଜନ, ଶାନ୍ତି ପାଇଁ ତାଲିବାନ ସହ ଚାଲିଛି ଆଲୋଚନା

author img

By

Published : Aug 28, 2021, 3:02 PM IST

ସଶସ୍ତ୍ର ପ୍ରତିରୋଧର ପତାକା ଉତ୍ତୋଳନକାରୀ ଏବଂ ଆଫଗାନିସ୍ତାନର ନୂତନ ଶାସକ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି । ଏଥିସହ ପଞ୍ଜଶୀରରେ ଗତ ୨୪ ଘଣ୍ଟା ଗୁଳିବିନିମୟ ବନ୍ଦ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଶାନ୍ତି ପାଇଁ ପଞ୍ଜଶୀର-ତାଲିବାନ ଆଲୋଚନା
ଶାନ୍ତି ପାଇଁ ପଞ୍ଜଶୀର-ତାଲିବାନ ଆଲୋଚନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଧରି ପଞ୍ଜଶୀର ଉପତ୍ୟାକାରେ ଗୁଳିବିନମୟ ବନ୍ଦ ରହିବା ସହ ସଶସ୍ତ୍ର ପ୍ରତିରୋଧର ପତାକା ଉତ୍ତୋଳନକାରୀ ଏବଂ ଆଫଗାନିସ୍ତାନର ନୂତନ ଶାସକ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି । ପଞ୍ଜଶୀରରୁ ଆସିଥିବା ଖବର ଅନୁଯାୟୀ ବୁଧବାର ଏବଂ ଗୁରୁବାର ଉଭୟ ଗୋଷ୍ଠୀ ସେମାନଙ୍କ ମଧ୍ୟରେ ପ୍ରଥମ କରି ପ୍ରତ୍ୟେକ୍ଷ ଭାବେ ଆଲୋଚନା କରିଛନ୍ତି ।

ପଡୋଶୀ ପଞ୍ଜଶୀର ପରୱାନା ରାଜଧାନୀ ଚାରିକରରେ ଉଭୟ ଗୋଷ୍ଠୀ ମଧ୍ୟରେ ଆଲୋଚନା ହୋଇଛି । ତିନି ଘଣ୍ଟା ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଉଭୟ ପ୍ରତିନିଧି ଦଳ ସେମାନଙ୍କ ନେତୃତ୍ୱ ସହ ସବୁ ପ୍ରକାର ଆଲୋଚନା କରିବେ ଏବଂ ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିବେ । ଏତିସହ ଦ୍ବିତୀୟ ପର୍ଯ୍ୟାୟ ବୈଠକ ପର୍ଯ୍ୟନ୍ତ କୌଣସି ଦଳ ଆକ୍ରମଣ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରତିରୋଧ ସାମୁଖ୍ୟର ପ୍ରତିନିଧି ମହମ୍ମଦ ଆଲାମ ଇଜିଦେୟାର ଏନେଇ ସୂଚନା ଦେଇଛନ୍ତି । ପ୍ରତିରୋଧ ଆନ୍ଦୋଳନର ନେତା ଅହମ୍ମଦ ମାସୁଦ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଭାଗ ନେଇ ନଥିବା ଜଣାପଡିଛି ।

ତେବେ ବୈଠକରେ କିଛି ପୂର୍ବତନ ମନ୍ତ୍ରୀ, କିଛି ପୂର୍ବତନ ସାଂସଦ ଉପସ୍ଥିତ ଥିଲେ | ତାଲିବାନ ପଞ୍ଜଶୀର ଭବିଷ୍ୟତ ବିଷୟରେ ଆଲୋଚନା କରିବାକୁ ଚାହୁଁ ଥିବାବେଳେ ମାସୁଦଙ୍କ ପ୍ରତିନିଧିମାନେ ଭବିଷ୍ୟତ ସରକାରଙ୍କ ଗଠନ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ । ପଞ୍ଜଶୀର ପ୍ରତିରୋଧ ଏହା ସ୍ପଷ୍ଟ କରିଛି ଯେ ଦେଶର ଭବିଷ୍ୟତ ସରକାର ଏକ ଅନ୍ତର୍ଭୂକ୍ତ ହେବା ଆବଶ୍ୟକ ଯେଉଁଠାରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ପାଇଁ ସମାନ ଅଧିକାର ରହିଥିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.