ETV Bharat / international

ବିଶ୍ବ କୋରୋନା ଅପଡେଟ: 2 କୋଟି 74 ଲକ୍ଷ ପାର ହେଲା ଆକ୍ରାନ୍ତ ସଂଖ୍ୟା

author img

By

Published : Sep 8, 2020, 12:26 PM IST

ବିଶ୍ବରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ବର୍ତ୍ତମାନ ସାରା ବିଶ୍ବରେ ସଂକ୍ରମଣ ସଂଖ୍ୟା 2 କୋଟି 74 ଲକ୍ଷ 79 ହଜାର 200ରେ ପହଞ୍ଚିଥିବାବେଳେ ବିଶ୍ବବ୍ୟାପୀ 8 ଲକ୍ଷ 96 ହଜାର 421 ଜଣଙ୍କର ମୃତ୍ୟୁ ହୋଇଛି ।

global corona update, coronavirus latest news, corona update, global corona situation, covid-19, ବିଶ୍ବ କୋରୋନା ଅପଡେଟ, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଅପଡେଟ, ବିଶ୍ବରେ କୋରୋନା ସ୍ଥିତି, କୋଭିଡ-19
ବିଶ୍ବ କୋରୋନା ଅପଡେଟ: 2 କୋଟି 74 ଲକ୍ଷ ପାର ହେଲା ଆକ୍ରାନ୍ତ ସଂଖ୍ୟା

ହାଇଦ୍ରାବାଦ: ବିଶ୍ବରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ବର୍ତ୍ତମାନ ସାରା ବିଶ୍ବରେ ସଂକ୍ରମଣ ସଂଖ୍ୟା 2 କୋଟି 74 ଲକ୍ଷ 79 ହଜାର 200ରେ ପହଞ୍ଚିଥିବାବେଳେ ବିଶ୍ବବ୍ୟାପୀ 8 ଲକ୍ଷ 96 ହଜାର 421 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭାବେ ବର୍ତ୍ତମାନ ସୁଦ୍ଧା 1 କୋଟି 95 ଲକ୍ଷ 73 ହଜାର 99 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମହାମାରୀକୁ 6 ମାସରୁ ଊର୍ଦ୍ଧ୍ବ ସମୟ ବିତିଥିବାବେଳେ ଏବେ ବି ତାଲିକାର ଶୀର୍ଷରେ ଆମେରିକା ନିଜ ସ୍ଥାନ ବଜାୟ ରଖିଛି । ଅପରପାର୍ଶ୍ବରେ ତାଲିକାରେ ଊର୍ଦ୍ଧ୍ବଗାମୀ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଭାରତ । ସେହିପରି ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 64 ଲକ୍ଷ 80 ହଜାରରେ ପାର କରିଥିବାବେଳେ 1 ଲକ୍ଷ 93 ହଜାରରୁ ଅଧିକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଛି । ତେବେ ସାରା ବିଶ୍ବର ମୃତ୍ୟୁ ସଂଖ୍ୟାରୁ 20 ପ୍ରତିଶତ ମୃତ୍ୟୁ କେବଳ ଆମେରିକାରେ ହୋଇଥିବା ଜଣାପଡିଛି ।

ସେପଟେ ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଟେଷ୍ଟ ସଂଖ୍ୟା ବଢିବା ସହ ଦେଶରେ ଆକ୍ରାନ୍ତ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ ଭାରତରେ ମୋଟ 42 ଲକ୍ଷ 77 ହଜାରରୁ ଊର୍ଦ୍ଧ୍ବ ମାମଲା ଚିହ୍ନଟ ହୋଇସାରିଥିବାବେଳେ 72,800ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ବ୍ରାଜିଲରେ ବର୍ତ୍ତମାନ 41 ଲକ୍ଷ 47 ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବାବେଳେ 72 ହଜାରରୁ ଊର୍ଦ୍ଧ୍ବ କୋରୋନା କବଳରେ ଆଖି ବୁଜିଛନ୍ତି ।

ସେହିପରି 30 ହଜାରରୁ ଊର୍ଦ୍ଧ୍ବ ମୃତକଙ୍କ ସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇଛନ୍ତି ମେକ୍ସିକୋ, ବ୍ରିଟେନ, ଇଟାଲୀ ଓ ଫ୍ରାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.