ETV Bharat / international

କୋରୋନା ନେଲା ଗିଲଗିଟ-ବାଲଟିସ୍ତାନ କୃଷିମନ୍ତ୍ରୀଙ୍କ ଜୀବନ

author img

By

Published : Jun 19, 2020, 7:27 PM IST

କୋରୋନା କବଳରେ ଧିରେ ଧିରେ ଆଣ୍ଠେଇବାରେ ଲାଗିଛି ପାକିସ୍ତାନ । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଗଡିଛି 118 ମୁଣ୍ଡ ।

corona situation in pakistan, corona update in pakistan, corona in gilgit-baltistan, corona death in pakistan, ପାକିସ୍ତାନରେ କୋରୋନା ସ୍ଥିତି, ପାକିସ୍ତାନରେ କୋରୋନା ଅପଡେଟ, ଗିଲଗିଟ-ବାଲତିସ୍ତାନରେ କୋରୋନା, ପାକିସ୍ତାନରେ କୋରୋନା ମୃତ୍ୟୁ
କୋରୋନା ନେଲା ଗିଲଗିଟ-ବାଲତିସ୍ତାନ କୃଷି ମନ୍ତ୍ରୀଙ୍କ ଜୀବନ

ଇସଲାମାବାଦ: କୋରୋନା କବଳରେ ଧିରେ ଧିରେ ଆଣ୍ଠେଇବାରେ ଲାଗିଛି ପାକିସ୍ତାନ । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଗଡିଛି 118 ମୁଣ୍ଡ । ଏଥିରେ ଗିଲଗିଟ-ବାଲଟିସ୍ତାନ କୃଷି ମନ୍ତ୍ରୀ ଜାନବାଜ ଖାନଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣା ପଡିଛି । ଜାନବାଜ ପାକିସ୍ତାନ ମୁସଲିନ ଲିଗ୍‌ ନୱାଜ(ପିଏମଏଲ-ଏନ) ଜଣେ ନେତା ଥିଲେ ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 5358ଟି ନୂଆ ମାମଲା ସାମ୍ନାକୁ ଆସିଥିବା ସହ ମୋଟ ଆକ୍ରାନ୍ତ ସଂଖ୍ୟା 1,62,973ରେ ପହଞ୍ଚିଛି । ତେବେ କୋରୋନାରେ ଆଖି ବୁଜିଥିବା 64 ବର୍ଷୀୟ ଜାନବାଜ ଗତ 4ଦିନ ହେବ ଭେଣ୍ଟିଲେଟରରେ ରହିଥିଲେ । ସେପଟେ ଦେଶରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 3228ରେ ପହଞ୍ଚିବା ସହ ମୋଟ ସୁସ୍ଥ ସଂଖ୍ୟା 59,215ରେ ସ୍ଥିର ରହିଛି ।

ସୂଚନା ଅନୁଯାୟୀ ସିନ୍ଧ ପ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା 62,269ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାକିସ୍ତାନରେ ଏହା ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ବୋଲି ସୂଚନା ରହିଛି । ଏହା ପରେ ପରେ ପଞ୍ଜାବ ପ୍ରାନ୍ତରେ 60,138 ଜଣ, ଖୈବର ପଖତୁଙ୍ଖୱାରେ 20,182 ଜଣ, ଇସଲାମାବାଦରେ 9637 ଜଣ, ଗିଲଗିଟ ବାଲଟିସ୍ତାନରେ 1213 ଜଣ, ବାଲୋଚିସ୍ତାନରେ 8794 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 740 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.