ETV Bharat / international

କୋରୋନା କବଳରେ ପାକ ରାଜନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ପଜିଟିଭ - ପୂର୍ବତନ ପ୍ରଧାନମନ୍ତ୍ରୀ ପଜିଟିଭ

କୋଭିଡ 19 ମହାମାରୀ ଯୋଗୁଁ ପାକିସ୍ତାନରେ ସଙ୍କଟ ବଢିଚାଲିଛି । ଶନିବାର ସଦ୍ୟତମ ନେତା ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ କୋରୋନା ପଜିଟିଭ ବାହାରିଛନ୍ତି । ଅଧିକ ପଢନ୍ତୁ..

କୋରୋନା କବଳରେ ପାକ୍ ରାଜନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ପଜିଟିଭ

author img

By

Published : Jun 14, 2020, 1:34 AM IST

ଇସଲାମାବାଦ: କୋଭିଡ 19 ମହାମାରୀ ଯୋଗୁଁ ପାକିସ୍ତାନରେ ସଙ୍କଟ ବଢିଚାଲିଛି । କେବଳ ସାଧାରଣ ଜନତା ନୁହନ୍ତି ରାଜନେତା ମଧ୍ୟ ଏହାର ଶିକାର ହେଉଛନ୍ତି । ଶନିବାର ସଦ୍ୟତମ ନେତା ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ କୋରୋନା ପଜିଟିଭ ବାହାରିଛନ୍ତି ।

ସୂଚନାଯୋଗ୍ୟ ଯେ ଏନଏବି ପକ୍ଷରୁ ରୁଜୁ ଏକ ଦୁର୍ନୀତି ମାମଲାରେ ଶୁଣାଣି ପାଇଁ ହାଜିର ହୋଇଥିଲେ 67 ବର୍ଷିୟ ଗିଲାନୀ । ଏହାପରେ ସେ କୋରୋନା ପଜିଟିଭ ବାହାରିଛନ୍ତି । ତାଙ୍କ ପୁଅ କସିମ ଗିଲାନୀ ଟ୍ବିଟ୍ କରି ଏହି ସୂଚନା ଦେବା ସହ ପାକ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ ବାପାଙ୍କୁ କୋଭିଡ 19 ପଜିଟିଭ କରିଥିବାରୁ ଇମ୍ରାନ ଖାନ ଓ ଏନଏବି ବହୁତ ଧନ୍ୟବାଦ । ଏପରି ସମୟରେ ଏହି ଶୁଣାଣି ଆୟୋଜନ କରିଥିବାରୁ ସେ ପାକ୍ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ପ୍ରକାଶ ଥାଉ କି ପାକିସ୍ତାନରେ ପୂର୍ବରୁ ଅନେକ ମନ୍ତ୍ରୀ, ସାଂସଦ କୋରୋନା ଆକ୍ରାନ୍ତ ହୋଇସାରିଛନ୍ତି । 4 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଗତ ଗୁରୁବାର ପାକିସ୍ତାନ ବିରୋଧୀ ଦଳ ନେତା ଶେହବାଜ ସରିଫ୍ କୋଭିଡ 19 ଶିକାର ହୋଇଛନ୍ତି । ଶନିବାର କ୍ରିକେଟର୍ ଶାହିଦ ଆଫ୍ରିଦୀ ମଧ୍ୟ ଏହି ମହାମାରୀ କବଳରେ ପଡିଛନ୍ତି । ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 6472 କୋରୋନା ପଜିଟିଭ ବାହାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.